ଆଗାମୀ ୨୪ ଘଣ୍ଟା ମଧ୍ୟରେ ହାଲୁକା ବର୍ଷା

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଭିଜିବ ଓଡିଶା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । ବିଶେଷକରି ମୟୁରଭଞ୍ଜ,କେନ୍ଦୁଝର ଏବଂ ଉପକୂଳ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ମଙ୍ଗଳବାର ଦିନ […]

Samaya Live Picture
Published On

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଭିଜିବ ଓଡିଶା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । ବିଶେଷକରି ମୟୁରଭଞ୍ଜ,କେନ୍ଦୁଝର ଏବଂ ଉପକୂଳ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ମଙ୍ଗଳବାର ଦିନ ଗଞ୍ଜାମ, ଗଜପତି ଏବଂ ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ତେବେ କେବଳ ଗୋଟିଏ ଦିନ ପାଇଁ ବର୍ଷା ହେବ ଏହା ପରେ ଅର୍ଥାତ୍ ନଭେମ୍ବର ୧୩ ତାରିଖରେ ପାଗ ଶୁଖିଲା ରହିବ ।

ବର୍ତ୍ତମାନ କାର୍ତ୍ତିକ ମାସ ସରିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ଅନୁଭୂତ ହୋଇ ନାହିଁ । ତେବେ ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବଢ଼ିବା ସହ ରାତିର ତାପମାତ୍ରା ହ୍ରାସ ପାଇ ଶୀତ ଅନୁଭୁତ ହେବ । ୧୫ ତାରିଖ ରାତିରୁ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସନ୍ଧ୍ୟା ଏବଂ ସକାଳ ସମୟରେ ସାମାନ୍ୟ କୁହୁଡି ଦେଖିବାକୁ ମିଳୁଥିବାବେଳେ ବିଳମ୍ୱିତ ରାତିରେ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ ଶୀତ ଅନୁଭୂତ ହେଉଛି । ସେହିପରି ଭୋର ଭୋର ସାମାନ୍ୟ ଶୀତ ହେଉଥିବା ଦେଖିବାକୁ ମିଳିଛି।

Tags: