ବଡ଼ମେଡିକାଲ ରେ ଲିଫ୍ଟ ଅଚଳ,ସିଡିରେ ବୁହା ହେଉଛନ୍ତି ରୋଗୀ
କଟକ : ଦୀର୍ଘଦିନ ଧରି କଟକ ବଡ଼ ମେଡିକାଲରେ ଲିଫ୍ଟ ଅଚଳ। ରୋଗୀଙ୍କୁ ସିଡିରେ ଟେକି ଟେକି ନିଆଯାଉଛି I ଏସସିବି ନିୟୁ ମେଡ଼ିସିନ ୱାର୍ଡର ଜରୁରୀ କାଳୀନ ଲିଫ୍ଟ ହୋଇଛି ଅଚଳ I ଏହି ବିଭାଗରେ ଦୁଇଟି ଲିଫ୍ଟ ଥିବାବେଳେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟଟି ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି I ଫଳରେ ରୋଗୀ ମାନଙ୍କୁ ଅତି ବିପଦପୂର୍ଣ୍ଣ ଭାବରେ କେତେବେଳେ ସିଡିରେତ କେତେବେଳେ ଷ୍ଟ୍ରେଚର ରେ ନିଆଯାଉଛି I କେବଳ ଏତିକି […]
କଟକ : ଦୀର୍ଘଦିନ ଧରି କଟକ ବଡ଼ ମେଡିକାଲରେ ଲିଫ୍ଟ ଅଚଳ। ରୋଗୀଙ୍କୁ ସିଡିରେ ଟେକି ଟେକି ନିଆଯାଉଛି I ଏସସିବି ନିୟୁ ମେଡ଼ିସିନ ୱାର୍ଡର ଜରୁରୀ କାଳୀନ ଲିଫ୍ଟ ହୋଇଛି ଅଚଳ I ଏହି ବିଭାଗରେ ଦୁଇଟି ଲିଫ୍ଟ ଥିବାବେଳେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟଟି ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି I ଫଳରେ ରୋଗୀ ମାନଙ୍କୁ ଅତି ବିପଦପୂର୍ଣ୍ଣ ଭାବରେ କେତେବେଳେ ସିଡିରେତ କେତେବେଳେ ଷ୍ଟ୍ରେଚର ରେ ନିଆଯାଉଛି I କେବଳ ଏତିକି ନୁହେଁ ଏସସିବି ର ଜାରିରିକାଳୀନ ଲିଫ୍ଟ ମଧ୍ୟ ଅଚଳ ହୋଇପଡିଥିବା ଜଣା ପଡିଛି I
ଏହାକୁ ନେଇ ରୋଗୀ ଓ ସଂପର୍କୀୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହା ଆଖିରେ ନ ପଡ଼ିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ତେବେ ଏନେଇ ବଡ଼ ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି ଖୁବ ଶୀଘ୍ର ସଜଡା ଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ I ଏସସିବିକୁ ବିଶ୍ୱସ୍ତରୀୟ କରିବା ସହ ରୋଗୀ ସେବାରେ ଉନ୍ନତି ଆଣିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି I




