ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି ବିଳମ୍ବ ପାଇଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର:ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି ପାଇଁ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ଚିଠି I ନାଟମଣ୍ଡପ ମରାମତିରେ ବିଳମ୍ବ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅଭିଷେକ ଦାସ I ଚିଠିରେ ଅଭିଷେକ ଏଏସଆଇ ଦ୍ୱାରା ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି I ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏଏସ୍ଆଇ ପରୋକ୍ଷରେ ଅଣଦେଖା ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ପୂର୍ବରୁ ନାଟ ମଣ୍ଡପ ମରାମତି ଆବଶ୍ୟକ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। […]

Samaya Live Picture
Published On

ଭୁବନେଶ୍ୱର:ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି ପାଇଁ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ଚିଠି I ନାଟମଣ୍ଡପ ମରାମତିରେ ବିଳମ୍ବ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅଭିଷେକ ଦାସ I ଚିଠିରେ ଅଭିଷେକ ଏଏସଆଇ ଦ୍ୱାରା ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି I ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏଏସ୍ଆଇ ପରୋକ୍ଷରେ ଅଣଦେଖା ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ପୂର୍ବରୁ ନାଟ ମଣ୍ଡପ ମରାମତି ଆବଶ୍ୟକ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏଏସ୍ଆଇ ପୁରୀ ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡକ୍ଟର ଡି.ବି.ଗଡ଼ନାୟକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ନାଟମଣ୍ଡପର ଫଟା ବିମ୍ ସଶକ୍ତ କରିବା ପାଇଁ ପରିବର୍ତ୍ତିତ ଡିଜାଇନ ଓ ଡ୍ରଇଂ ମିଳିଛି। ଏଏସ୍ଆଇ କୋର୍ କମିଟି ସଦସ୍ୟଙ୍କ ନୂଆ ପରାମର୍ଶକୁ ବିଚାରକୁ ନେଇ ଏହି ଡିଜାଇନ ଓ ଡ୍ରଇଂ ପ୍ରସ୍ତୁତ ହୋଇଛି। ନଭେମ୍ବର ୪ରେ ପୁରୀଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ, ଏଏସ୍ଆଇ ପ୍ରତିନିଧି, ଆମିକସକ୍ୟୁରି, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଥିଲା।

Tags: