ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି
ପୁରୀ : ଆଉ ଦିନ କେଇଟା ପରେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ । ଭକ୍ତ ଆଉ ଭଗବାନଙ୍କର ହେବ ମହା ମିଳନ । ଭକ୍ତଙ୍କ ଗହଣରେ ୯ ଦିନ ଧରି କରିବେ ମାନବୀୟ ଲୀଳା। ରତ୍ନବେଦୀରୁ ଯିବେ ଜନ୍ମବେଦୀ। ବିଶ୍ୱ ସମୁଦାୟରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସିବେ ଶରଧାବାଲିକୁ । ମହାପ୍ରଭୁଙ୍କ ରଥଯାତ୍ରା ସହ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ପବିତ୍ର ଶରଧା ବାଲିର ଅନେକ ଗୁରୁତ୍ଵ ରହିଛି। ତେଣୁ ଶରଧା ବାଲିର ପବିତ୍ରତା […]
ପୁରୀ : ଆଉ ଦିନ କେଇଟା ପରେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ । ଭକ୍ତ ଆଉ ଭଗବାନଙ୍କର ହେବ ମହା ମିଳନ । ଭକ୍ତଙ୍କ ଗହଣରେ ୯ ଦିନ ଧରି କରିବେ ମାନବୀୟ ଲୀଳା। ରତ୍ନବେଦୀରୁ ଯିବେ ଜନ୍ମବେଦୀ। ବିଶ୍ୱ ସମୁଦାୟରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସିବେ ଶରଧାବାଲିକୁ । ମହାପ୍ରଭୁଙ୍କ ରଥଯାତ୍ରା ସହ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ପବିତ୍ର ଶରଧା ବାଲିର ଅନେକ ଗୁରୁତ୍ଵ ରହିଛି। ତେଣୁ ଶରଧା ବାଲିର ପବିତ୍ରତା ଏବଂ ସାଂସ୍କୃତିକ ଗୁରୁତ୍ଵ ବଜାୟ ରଖିବାକୁ ପୁରୀ ପୌର ସଂସ୍ଥାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି। ଏହି ସମ୍ଵେଦନଶୀଳ ପ୍ରସଙ୍ଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟ ପ୍ରଶାସକ ପତ୍ର ଲେଖି ପରାମର୍ଶ ଦେଇଛନ୍ତି।
ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ସହ ସମ୍ପୃକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ପବିତ୍ର ଶରଧା ବାଲିର ଅନେକ ଗୁରୁତ୍ଵ ରହିଛି। ଶରଧା ବାଲିର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଗୁରୁତ୍ଵ ଦୃଷ୍ଟିରୁ ଏହାକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାନଯାଉ। ବରଂ ଏହାର ସୁରକ୍ଷା ତଥା ଉନ୍ନତିକରଣ ସକାଶେ ପଦକ୍ଷେପ ନିଆଗଲେ ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ତଥା ଐତିହ ରୁଦ୍ଧିମନ୍ତ ହେବ। ଶ୍ରଦ୍ଧାଳୁ ତଥା ଭକ୍ତ ସମୂହଙ୍କ ବୃହତ୍ ସ୍ୱାର୍ଥ ଦୃଷ୍ଟିରୁ ଶରଧା ବାଲିକୁ କେବଳ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ କାର୍ଯ୍ୟ ସକାଶେ ସଂରକ୍ଷିତ ରଖିବାକୁ ମୁଖ୍ୟ ପ୍ରଶାସକ ପରମର୍ଶ ଦେଇଛନ୍ତି।




