ଦୁର୍ଘଟଣାରେ କଲରାପତରିଆ ବାଘ ମୃତ

ଗଞ୍ଜାମ: ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘ ମୃତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ମୂଜାଗଡ ଗାଁ ନିକଟରେ । କଲରାପତରିଆ ବାଘକୁ ମୁଖ୍ୟରାସ୍ଥାରୁ ଗୁରୁତର ଅବସ୍ଥାରେ ବନକର୍ମଚାରୀ ମାନେ ଉଦ୍ଧାର କରି ପଶୁଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଘୁମୁସର ବନଖଣ୍ଡ ମୁଖ୍ୟ ରାସ୍ତାରେ ଏକ କଲରାପରତିଆ ବାଘ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିବାର […]

Samaya Live Picture
Published On

ଗଞ୍ଜାମ: ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘ ମୃତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ମୂଜାଗଡ ଗାଁ ନିକଟରେ । କଲରାପତରିଆ ବାଘକୁ ମୁଖ୍ୟରାସ୍ଥାରୁ ଗୁରୁତର ଅବସ୍ଥାରେ ବନକର୍ମଚାରୀ ମାନେ ଉଦ୍ଧାର କରି ପଶୁଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଘୁମୁସର ବନଖଣ୍ଡ ମୁଖ୍ୟ ରାସ୍ତାରେ ଏକ କଲରାପରତିଆ ବାଘ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିବାର ଦେଖାଯାଇଥିଲା ।ଏହି ଘଟଣାଟି ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ଭଞ୍ଜନଗର ପୋଲିସ ସହିତ ବନବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତ ବାଘଟିକୁ ପଶୁ ଚିକିତ୍ସାଳୟ ନେଇଥିଲେ । ସେଠାରେ ଚିକିତ୍ସା ସମୟରେ ବାଘଟିର ମୃତ୍ୟୁ ହୋଇଥିଲା । ବାଘଟିର ବୟସ ୪ ରୁ ୫ ବର୍ଷ ମଧ୍ୟରେ୍‌ ହେବ ବୋଲି ଅନୁମାନ କରାଯାଉଛି । ତେବେ ବାଘଟିକୁ ରାତି ଅଧାରେ କୌଣସି ଏକ ଭାରିଯାନ ଧକ୍କା ଦେଇଛି ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ବାଘ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି ।

Tags: