ବିଧାନ ସଭା ୨ୟ ଦିନରେ ହଟ୍ଟଗୋଳ,ଗୃହ ୧୧.୩୦ ଯାଏଁ ମୁଲତବୀ
ଭୁବନେଶ୍ୱର : ବିଧାନସଭା ଅଧିବେଶନ ୨ୟ ଦିନରେ ହଙ୍ଗାମା I ରୋଧୀ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ୧୧.୩୦ ଯାଏଁ ମୁଲତବୀ I ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ନାରାବାଜି ସହିତ ବାଚସ୍ପତିଙ୍କ ପୋଡିୟମ ଆଗରେ ମଧ୍ୟ ନାରାବାଜି କରିଛନ୍ତି ବିରୋଧୀ I ପ୍ରଶ୍ନକାଳ ଆରମ୍ଭରେ ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗକୁ ନେଇ ବିରୋଧୀ […]
ଭୁବନେଶ୍ୱର : ବିଧାନସଭା ଅଧିବେଶନ ୨ୟ ଦିନରେ ହଙ୍ଗାମା I ରୋଧୀ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ୧୧.୩୦ ଯାଏଁ ମୁଲତବୀ I ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ନାରାବାଜି ସହିତ ବାଚସ୍ପତିଙ୍କ ପୋଡିୟମ ଆଗରେ ମଧ୍ୟ ନାରାବାଜି କରିଛନ୍ତି ବିରୋଧୀ I ପ୍ରଶ୍ନକାଳ ଆରମ୍ଭରେ ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ ।
ହେଲେ ଏହାକୁ ଗୃହିତ ନ ହେବାରୁ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ସେହିପରି ଜାତୀୟ ରାଜପଥରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି ମଧ୍ୟ କେନ୍ଦ୍ର ଉପରେ ବର୍ଷିଥିଲା । ପରେ ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।




