ଏସସିବିରେ ବିଧାନସଭା ସ୍ଥାୟୀ କମିଟି

କଟକ : ବିଧାନସଭା ସ୍ଥାୟୀ କମିଟି ବୁଧବାର କଟକ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। ୧୨ ଜଣିଆ ବିଧାୟକ କମିଟି ଏସସିବି ପରିଦର୍ଶନ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ମେଡିକାଲର ବିଭିନ୍ନ ସମସ୍ୟା ଓ ଏସସିବି ଏମ୍ସ ପ୍ଲସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କମିଟିର ସଦସ୍ୟ। ମେଡିକାଲର ସମସ୍ତ ବିଭାଗକୁ ଗସ୍ତ କରିବା ସହ ପ୍ରତିଟି ଦିଗ ଉପରେ ଆଲୋଚନା କରିଛନ୍ତି। ସମସ୍ତ ୱାର୍ଡ଼, କାଜୁଆଲଟି ବୁଲିବା ସହ ଆମ୍ବୁଲାନ୍ସ ସେବା, […]

Samaya Live Picture
Published On

କଟକ : ବିଧାନସଭା ସ୍ଥାୟୀ କମିଟି ବୁଧବାର କଟକ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। ୧୨ ଜଣିଆ ବିଧାୟକ କମିଟି ଏସସିବି ପରିଦର୍ଶନ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ମେଡିକାଲର ବିଭିନ୍ନ ସମସ୍ୟା ଓ ଏସସିବି ଏମ୍ସ ପ୍ଲସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କମିଟିର ସଦସ୍ୟ। ମେଡିକାଲର ସମସ୍ତ ବିଭାଗକୁ ଗସ୍ତ କରିବା ସହ ପ୍ରତିଟି ଦିଗ ଉପରେ ଆଲୋଚନା କରିଛନ୍ତି। ସମସ୍ତ ୱାର୍ଡ଼, କାଜୁଆଲଟି ବୁଲିବା ସହ ଆମ୍ବୁଲାନ୍ସ ସେବା, ବେଡ୍‌ ସଂଖ୍ୟା ବୃଦ୍ଧି କରିବା ଆଦି ଦିଗ ଉପରେ ଆଲୋଚନା କରିଛି କମିଟି। ଏହାବ୍ୟତୀତ ପରିମଳ ଦିଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ କମିଟି ଅଧ୍ୟକ୍ଷ। ବର୍ତ୍ତମାନ ଏସସିବିରେ ୨ ହଜାରରୁ ଊର୍ଦ୍ଧ୍ବ ବେଡ୍ ରହିଛି। କିନ୍ତୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ୪ ହଜାରରୁ ଊର୍ଦ୍ଧ୍ବ ରୋଗୀ ଏସସିବିକୁ ଚିକିତ୍ସା ପାଇଁ ଆସୁଛନ୍ତି। ତେଣୁ ରୋଗୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମୁଖୀନ ହେଉଛନ୍ତି। ଏହି ତମାମ ଅସୁବିଧାର କିପରି ଶୀଘ୍ର ସମାଧାନ କରାଯିବ ସେନେଇ ରିପୋର୍ଟ ଆଧାରରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବେ ବୋଲି କହିଛନ୍ତି ଅଧ୍ୟକ୍ଷ। ଏହି ବୈଠକରେ ଷ୍ଟାଡିଙ୍ଗ୍ କମିଟି ସହ କଟକ ଅତିରିକ୍ତ ଜିଲାପାଳ, ଡିଏମଇଟିଙ୍କ ସହ ଏସସିବି ମେଡିକାଲ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ରହିଥିଲେ।

Tags: