୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟରେ ଗଠନ ହେବାକୁ ଯାଉଛି ବିଜେପି ର ନୂଆ ସରକାର I ଅପରାହ୍ନ ୪.୪୫ ରେ ଜନତା ମୈଦାନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ I ଏହା ପରେ ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ I ଏଥିପାଇଁ ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀ ୩୦ ତାରିଖ ଯାଏଁ ନେଇ ପାରିବେ ନାହିଁ ଛୁଟି I ସରକାରୀ ଛୁଟି ଦିନରେ ମଧ୍ୟ ଉପସ୍ଥିତ ରହିବେ କର୍ମଚାରୀ I ଏପରିକି ହେଡକ୍ୱାର୍ଟର ଛାଡି ମଧ୍ୟ ଯାଇ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟରେ ଗଠନ ହେବାକୁ ଯାଉଛି ବିଜେପି ର ନୂଆ ସରକାର I ଅପରାହ୍ନ ୪.୪୫ ରେ ଜନତା ମୈଦାନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ I ଏହା ପରେ ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ I ଏଥିପାଇଁ ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀ ୩୦ ତାରିଖ ଯାଏଁ ନେଇ ପାରିବେ ନାହିଁ ଛୁଟି I ସରକାରୀ ଛୁଟି ଦିନରେ ମଧ୍ୟ ଉପସ୍ଥିତ ରହିବେ କର୍ମଚାରୀ I ଏପରିକି ହେଡକ୍ୱାର୍ଟର ଛାଡି ମଧ୍ୟ ଯାଇ ପାରିବେ ନାହିଁ ବୋଲି ନିର୍ଦେଶ ରହିଛି I କେବଳ ସ୍ୱାସ୍ଥ୍ୟଗତ କାରଣ ପାଇଁ ଛୁଟି ନେଇ ପାରିବେ I ସାଧାରଣ ପ୍ରଶାସନ ବିଭାଗ SCS ଙ୍କ ପକ୍ଷରୁ ଚିଠି ଜାରି ହୋଇଛି I ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Tags: