ନବୀନ ନିବାସରେ ଏକାଠି ହେଲେ ନେତୃବୃନ୍ଦ

ଭୁବନେଶ୍ୱର : ଆଜି ନବୀନ ନିବାସରେ ବସିଛି ସଂସଦୀୟ ବୈଠକ I ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟସଭା ଏମପି ମାନଙ୍କ ସହିତ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛି ବିଜେଡି। ଏଣିକି ସଂସଦରେ ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଏଥର ଲଢେଇ ଆର ପାର […]

Samaya Live Picture
Published On

ଭୁବନେଶ୍ୱର : ଆଜି ନବୀନ ନିବାସରେ ବସିଛି ସଂସଦୀୟ ବୈଠକ I ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟସଭା ଏମପି ମାନଙ୍କ ସହିତ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛି ବିଜେଡି। ଏଣିକି ସଂସଦରେ ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I

ଏଥର ଲଢେଇ ଆର ପାର ହେବ, ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି। ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ ଦଳ। ଏଥିସହିତ ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱ ଓ ଯୋଗାଯୋଗ ପ୍ରସଙ୍ଗ ଉଠାଇବ ବିଜେଡି। ସଭାପତିଙ୍କ ସହିତ ବୈଠକ ପରେ ଖବରଦାତାଙ୍କ ସହିତ ଆଲୋଚନା କରି ବିଜେଡି ଏମପି ଶସ୍ମିତ ପତ୍ର, ସୁଲତା ଦେଓ ଏବଂ ମୁନ୍ନା ଖାଁ କହିଛନ୍ତି।

Tags: