ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା
ରାୟଗଡା :ବିକାଶର ନୂଆ ଫର୍ଦ୍ଦରେ ଯୋଡ଼ିହେଲା ରାୟଗଡା । ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ବୈପ୍ଳବିକ ପରିବର୍ତ୍ତନ । ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା’ଲକ୍ଷ୍ମୀ’ସେବା । ଏହି ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର,କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ ମଧ୍ୟ ସହଜ ଯାତ୍ରା ହୋଇପାରୁ ନଥିଲା । ଅନେକ ସମୟରେ ଲୋକେ ଟ୍ରାକ୍ଟର,କମାଣ୍ଡର ଉପରେ ବସି ଯିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏଣିକି ଏହି […]
ରାୟଗଡା :ବିକାଶର ନୂଆ ଫର୍ଦ୍ଦରେ ଯୋଡ଼ିହେଲା ରାୟଗଡା । ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ବୈପ୍ଳବିକ ପରିବର୍ତ୍ତନ । ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା’ଲକ୍ଷ୍ମୀ’ସେବା । ଏହି ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର,କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ ମଧ୍ୟ ସହଜ ଯାତ୍ରା ହୋଇପାରୁ ନଥିଲା । ଅନେକ ସମୟରେ ଲୋକେ ଟ୍ରାକ୍ଟର,କମାଣ୍ଡର ଉପରେ ବସି ଯିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏଣିକି ଏହି ସମସ୍ୟା ଆଉ ରହିବ ନାହିଁ ।
୧୧ଟି ବ୍ଲକ ମଧ୍ୟରେ ଏହି ବସ୍ ଯାତାୟତ କରିବାକୁ ଥିବା ବେଳେ ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ଜିଲ୍ଲାର ୧୮୨ଟି ପଞ୍ଚାୟତର ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ୍ ଦାମରେ ଘରୁ ବାହାରି ଲୋକେ ଏଣିକି ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ପହଞ୍ଚି ପାରିବେ । ଲକ୍ଷ୍ମୀ ବସ୍ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବା ସହ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ।




