ସମ୍ବଲପୁର ରେ ଓକିଲ – ପୋଲିସ ଧସ୍ତାଧସ୍ତି
ସମ୍ବଲପୁର : ଓକିଲଙ୍କ ଆନ୍ଦୋଳନ ବେଳେ ସମ୍ବଲପୁରରେ ଉତ୍ତେଜନା ଦେଖାଦେଇଛି । ସମ୍ବଲପୁର କଚେରୀଛକରେ ଆନ୍ଦୋଳନ ରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ଧସ୍ତା ଧସ୍ତା ଦୃଶ୍ୟ ସାମ୍ନାକୁ ଆସିଛି । ଏହାପରେ ଆଇନଜୀବୀ ମାନଙ୍କ ଟେଣ୍ଟକୁ ଓପାଡ଼ି ଫିଙ୍ଗି ଦେଇଥିଲେ ପୋଲିସ । ସୂଚନାନୁସାରେ,ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ମାନେ ଆନ୍ଦୋଳନ କରିଥିଲେ ଇ କୋର୍ଟକୁ ଯାଉଥିବା ବିଚାରପତିଙ୍କୁ ଅଟକାଇ ଥିଲେ ଆନ୍ଦୋଳନରତ ଓକିଲ I ଏହି ତୀବ୍ର ଆନ୍ଦୋଳନ ପରେ […]
ସମ୍ବଲପୁର : ଓକିଲଙ୍କ ଆନ୍ଦୋଳନ ବେଳେ ସମ୍ବଲପୁରରେ ଉତ୍ତେଜନା ଦେଖାଦେଇଛି । ସମ୍ବଲପୁର କଚେରୀଛକରେ ଆନ୍ଦୋଳନ ରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ଧସ୍ତା ଧସ୍ତା ଦୃଶ୍ୟ ସାମ୍ନାକୁ ଆସିଛି । ଏହାପରେ ଆଇନଜୀବୀ ମାନଙ୍କ ଟେଣ୍ଟକୁ ଓପାଡ଼ି ଫିଙ୍ଗି ଦେଇଥିଲେ ପୋଲିସ ।
ସୂଚନାନୁସାରେ,ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ମାନେ ଆନ୍ଦୋଳନ କରିଥିଲେ ଇ କୋର୍ଟକୁ ଯାଉଥିବା ବିଚାରପତିଙ୍କୁ ଅଟକାଇ ଥିଲେ ଆନ୍ଦୋଳନରତ ଓକିଲ I ଏହି ତୀବ୍ର ଆନ୍ଦୋଳନ ପରେ ଫେରିଯାଇଛନ୍ତି ବିଚାରପତି I

ରାଜ୍ୟରେ ଚାଲିଥିବା ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କିଛିଦିନ ପୂର୍ବେ ରାୟ ଦେଇଥିଲେ I ଓକିଲ ମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନିଜ କାମକୁ ଫେରି ଯାଆନ୍ତୁ ନଚେତ ସେମାନଙ୍କ ଲାଇସେନ୍ସକୁ ରଦ୍ଧ କରିଦିଆଯିବ
ପରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦର ଚେତାବନୀ ଦେଇଥିଲେ ମଧ୍ୟ ଆଇନଜୀବୀ ମାନେ ନିର୍ଦ୍ଦେଶର ଅବମାନନା କରି ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ପୂର୍ଣ୍ଣବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ସହ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପୋଲିସକୁ ନିର୍ଦ୍ଦେଶ ରହିଛି। ଏହା ପରେ ଆଜି ଆକ୍ସନ ନେଇଛି ପୁଲିସ ।




