ଯାତ୍ରା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ
ଭୁବନେଶ୍ବର : ଦିନକୁ ଦିନ ଉଗ୍ର ରୂପ ନେଉଛି ଯାତ୍ରା ମାଲିକ ଏବଂ କଳାକାରଙ୍କ ମଧ୍ୟରେ ବିବାଦ । ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । କେତେବେଳେ କଳାକାର ମାଲିକଙ୍କ ନାଁ ରେ ତ କେତେବେଳେ ମାଲିକ କଳାକାରଙ୍କ ନାଁ ରେ ଆଣୁଛନ୍ତି ସାଙ୍ଘାତିକ ଅଭିଯୋଗ । ଏହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସେ ବାବଦରେ ସଂସ୍କୃତି ବିଭାଗ ତାର ଭୂମିକା […]
ଭୁବନେଶ୍ବର : ଦିନକୁ ଦିନ ଉଗ୍ର ରୂପ ନେଉଛି ଯାତ୍ରା ମାଲିକ ଏବଂ କଳାକାରଙ୍କ ମଧ୍ୟରେ ବିବାଦ । ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । କେତେବେଳେ କଳାକାର ମାଲିକଙ୍କ ନାଁ ରେ ତ କେତେବେଳେ ମାଲିକ କଳାକାରଙ୍କ ନାଁ ରେ ଆଣୁଛନ୍ତି ସାଙ୍ଘାତିକ ଅଭିଯୋଗ । ଏହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସେ ବାବଦରେ ସଂସ୍କୃତି ବିଭାଗ ତାର ଭୂମିକା ନିର୍ବାହ କରୁଛି । ମୁଁ ଭାବୁଛି ଯଦି କୌଣସି ପ୍ରକାର ଦ୍ଵନ୍ଦ୍ବ ହୋଇଛି କଳାକାର ଓ ଯାତ୍ରା ପାର୍ଟି ମାଲିକ ମାନଙ୍କ ମଧ୍ୟରେ ସେ ବାବଦରେ ସଂସ୍କୃତି ବିଭାଗ ମଧ୍ୟସ୍ଥତା କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଯାତ୍ରା ବିବାଦ ନେଇ ସଂସ୍କୃତି ବିଭାଗ ଆଇନ ବିଭାଗକୁ ଏକ ଡ୍ରାଫ୍ଟ ପଠାଇଥିଲା । ଯେଉଁଥିରେ କୁହାଯାଇଥିଲା ଯାତ୍ରାରେ ସଂସ୍କାର ଆଣିବା ଦାୟିତ୍ବ ଆଇନ ବିଭାଗର । ଯାତ୍ରାରେ ସେନ୍ସର ଲାଗୁ ହେବ, ଅଶ୍ଲୀଳତାକୁ ରୋକିବା ପ୍ରସଙ୍ଗରେ ଆଇନ ଆସିବା ପାଇଁ କୁହାଯାଇଥିଲା ।




