ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ନାମାଙ୍କନ, ୨୯ ଏପ୍ରିଲ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର

ଭୁବନେଶ୍ୱର : ଦେଶରେ ଜାରି ରହିଛି ନିର୍ବାଚନ ମାହୋଲ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ । ଗତ ୧୮ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଏହାର ଶେଷ ତାରିଖ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ଆସନ୍ତା ୨୯ ଏପ୍ରିଲ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପାର୍ଥୀ । ଚଳିତ ଥର ରାଜ୍ୟରେ ମୋଟ ୪ ଟି ପର୍ଯ୍ୟାୟରେ ମତଦାନ […]

Samaya Live Picture
Published On

ଭୁବନେଶ୍ୱର : ଦେଶରେ ଜାରି ରହିଛି ନିର୍ବାଚନ ମାହୋଲ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ । ଗତ ୧୮ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଏହାର ଶେଷ ତାରିଖ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ଆସନ୍ତା ୨୯ ଏପ୍ରିଲ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପାର୍ଥୀ । ଚଳିତ ଥର ରାଜ୍ୟରେ ମୋଟ ୪ ଟି ପର୍ଯ୍ୟାୟରେ ମତଦାନ ହେବ I ପ୍ରଥମ ପର୍ଯ୍ୟାୟ ମତଦାନ ୧୩ ମେ’,୨୦,୨୫ ଆରମ୍ଭ ହୋଇ ଯଥାକ୍ରମେ ଏହା ଜୁନ ୧ ରେ ସରିବ I ଏହାପରେ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ।

ସୂଚନା ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡର ମୋଟ ୯୬ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ । ଲୋକସଭା ସହ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ କରାଯିବ ।

ବର୍ତ୍ତମାନ ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ପାଇଁ ୭ ଜଣ ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀ ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଛି ।

Tags: