ଆଜିଠାରୁ ଆରମ୍ଭ ହେଲା ଶ୍ରୀ ମନ୍ଦିର ଶ୍ରୀମନ୍ଦିର ଲେଜର ସ୍କାନିଂ

ପୁରୀ : ଆଜିଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ଏନେଇ ଏଏସଆଇ ଫାଇନାଲ ରିପୋର୍ଟ ଦେବା ପରେ,ଆଜି ଶ୍ରୀ ମନ୍ଦିର ପହଁଚିଛି ଏଏସଆଇ ଟିମ । ଏଏସଆଇ ସୁପରିଟେଣ୍ଡେଣ୍ଟ ଡ଼.ବି.ଗଡନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ନିୟୋଜିତ ହୋଇଛନ୍ତି । ଏଥିରେ ଫଟୋଗ୍ରାଫି ସଦସ୍ୟ ମଧ୍ୟ ନିୟୋଜିତ ଅଛନ୍ତି Iପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ଭିଡ ଅଧିକ ରହୁଥିବାରୁ ଲେଜର୍ ସ୍କାନିଂ ପାଇଁ କାର୍ତ୍ତିକ ପୂର୍ଣ୍ଣିମା […]

Samaya Live Picture
Published On

ପୁରୀ : ଆଜିଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ଏନେଇ ଏଏସଆଇ ଫାଇନାଲ ରିପୋର୍ଟ ଦେବା ପରେ,ଆଜି ଶ୍ରୀ ମନ୍ଦିର ପହଁଚିଛି ଏଏସଆଇ ଟିମ । ଏଏସଆଇ ସୁପରିଟେଣ୍ଡେଣ୍ଟ ଡ଼.ବି.ଗଡନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ନିୟୋଜିତ ହୋଇଛନ୍ତି । ଏଥିରେ ଫଟୋଗ୍ରାଫି ସଦସ୍ୟ ମଧ୍ୟ ନିୟୋଜିତ ଅଛନ୍ତି Iପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ଭିଡ ଅଧିକ ରହୁଥିବାରୁ ଲେଜର୍ ସ୍କାନିଂ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ତେଣୁ ଏଏସଆଇ ଟିମ୍ ଆଜି ଲେଜର୍ ସ୍କାନିଂ ପାଇଁ ଶ୍ରୀମନ୍ଦିର ପହଞ୍ଚିଛନ୍ତି Iଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ I

ଏହି ସ୍କାନିଂ ଦ୍ବାରା ରତ୍ନଭଣ୍ଡାରର ସ୍ଥିତି ଓ ଏହାର ଦୁର୍ବଳ ଅଂଶ ସମ୍ପର୍କରେ ଜାଣିହେବ। ଦୁଇରୁ ଚାରି ଘଣ୍ଟା ଧରି ଚାଲିବ ଲେଜର ସ୍କାନିଂ। ଏକ ସ୍ବତନ୍ତ୍ର କ୍ୟାମେରାରେ ଫଟୋ ଉତ୍ତୋଳନ କରାଯିବ। ଏହା ଦ୍ବାରା କାନ୍ଥରେ ଥିବା ଫାଟ ନେଇ ବିସ୍ତୃତ ଭାବେ ଜଣା ପଡ଼ିବ । ଏହା ଫଳରେ ମରାମତି କାମ ସୁଚାରୁ ରୂପେ ହୋଇପାରିବ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ୨୦୨୧ ମସିହାରେ ଶ୍ରୀମନ୍ଦିର ଜଗମୋହନ ସହ ଅନ୍ୟ ଅଂଶଗୁଡିକର ଲେଜର ସ୍କାନିଂ କରାଯାଇଥିଲା I lରତ୍ନଭଣ୍ଡାର ସହ ମୁଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରର ମଧ୍ୟ ସ୍କାନିଂକରାଯିବ Iତେବେ ଲେଜର୍ ସ୍କାନିଂ ରିପୋର୍ଟକୁ ବୈଷୟିକ କମିଟି ତର୍ଜମା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

Tags: