ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର : ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୧୯ଜଣ ଓଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଯସ୍ମିନ ପଟ୍ଟନାୟକଙ୍କୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ(ରେଜିଷ୍ଟ୍ରାର) ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ରାଜ୍ୟ ନିର୍ବାଚନ କମିଶନରେ ଯୁଗ୍ମ ସଚିବ ଶ୍ୱେତ କୁମାର […]
ଭୁବନେଶ୍ୱର : ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୧୯ଜଣ ଓଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଯସ୍ମିନ ପଟ୍ଟନାୟକଙ୍କୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ(ରେଜିଷ୍ଟ୍ରାର) ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ରାଜ୍ୟ ନିର୍ବାଚନ କମିଶନରେ ଯୁଗ୍ମ ସଚିବ ଶ୍ୱେତ କୁମାର ଦାଶଙ୍କୁ ବ୍ରହ୍ମପୁରଠାରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ବଦଳି କରାଯାଇଛି ।
ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପାଢ଼ୀଙ୍କୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସ୍ସିଇଆର୍ଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ସଞ୍ଜୀବିତା ରାୟଙ୍କୁ କଟକସ୍ଥିତ ଓଡ଼ିଶା ଲୋକସେବା ଆୟୋଗର ଯୁଗ୍ମ ପରୀକ୍ଷା ନିୟନ୍ତ୍ରକ ଭାବେ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱରରେ ଇଡ୍କୋ ଲ୍ୟାଣ୍ଡ ଅଫିସର ସ୍ବାତୀ ମିଶ୍ର ଓ ଓଏଏସ୍ ଅମ୍ବିକା ପ୍ରସାଦ ଦାଶଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି ।
ଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ହରପ୍ରିୟା ଦାଶଙ୍କୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ,ମାନସ ରଞ୍ଜନ ସାମଲଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନକୁ ଉପସଚିବ ଏବଂ ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି ।
ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ, ଇତିଶ୍ରୀ ଦାସଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ, ସୁଚିତ୍ରା ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରେ ଅତିରିକ୍ତ ଆବାସିକ କମିଶନର ଭାବେ ଅବସ୍ଥାପିତ କରାଯାଇଛି।
ଓଏଏସ୍ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ସମବାୟ ନିଗମର ଜେନେରାଲ ମ୍ୟାନେଜର,ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ଲାଗୁରୀଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ, ଅକ୍ଷୟ କୁମାର ଖେମୁଡୁଙ୍କୁ ରାୟଗଡ଼ା ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ), ହେମାବନ୍ତୀ ପାତ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପସଚିବ, ଅଜୟ କୁମାର ପ୍ରଧାନଙ୍କୁ ରାୟଗଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ନିର୍ଲିପ୍ତା ମହାନ୍ତିଙ୍କୁ ବାଲେଶ୍ୱର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।




