ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ଅନୁସାରେ ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇ ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଖାଦ୍ୟ ଯୋଗାଣ ସଚିବ ପଦରୁ ବୀର ବିକ୍ରମ ଯାଦବ ଙ୍କ ସ୍ଥାନରେ ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ ସିଂଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ଅନୁସାରେ ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇ ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଖାଦ୍ୟ ଯୋଗାଣ ସଚିବ ପଦରୁ ବୀର ବିକ୍ରମ ଯାଦବ ଙ୍କ ସ୍ଥାନରେ ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ ସିଂଙ୍କୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ ଦେଓରଞ୍ଜନ ସିଂଙ୍କୁ ଓଡ଼ିଶା ବନ ନିଗମ ଅଧ୍ୟକ୍ଷ ଦାୟିତ୍ୱ ଏବଂ ଭାସ୍କର ଜ୍ୟୋତି ଶର୍ମା ଓପିଟିସିଏଲ ସିଏମଡି ଭାବେ ନିଯୁକ୍ତ ହୋଇଛନ୍ତି ।

କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଗିରିଶ ଏସ୍‌ଏନ୍‌ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦାୟିତ୍ୱ ମିଳିଛି। ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ କମିଶନର କମ୍ ସଚିବ ଦାୟିତ୍ୱ ପାଇଲେ ଗୁହା ପୁନମ ତାପସ କୁମାର ଏହାସହ ସେ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

Tags: