ଦେବଗିରି ପାହାଡ଼ରେ ଭୂସ୍ଖଳନ , ପଥର ପଡି ରାସ୍ତା ଅବରୋଧ
ଗଜପତି : ଦେବଗିରି ପାହାଡ଼ରେ ଭୂସ୍ଖଳନ I ଲଗାଣ ବର୍ଷା ଯୋଗୁ ଦେବଗିରି ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ I ତଥ୍ୟାନୁସାରେ, ଘଟଣାଟି ଗୁମ୍ମା ବ୍ଲକ କୁଯାସିଂ ଅଢେ଼ଇ ଗ୍ରାମ ନିକଟସ୍ଥ ଘାଟି ରାସ୍ତାରେ ଘଟିଛି I ମଙ୍ଗଳବାର ଠାରୁ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି I ଏହାର ପ୍ରଭାବରେ ଗତକାଲି ସନ୍ଧ୍ୟାରେ ଦେବଗିରି ପାହାଡରୁ ପଥର ଖସି ରାସ୍ତା ଅବରୋଧ ହୋଇଛି I ଯାହା ଫଳରେ ୩ଟି ପଞ୍ଚାୟତର ଯାତାୟାତ ବନ୍ଦ […]
ଗଜପତି : ଦେବଗିରି ପାହାଡ଼ରେ ଭୂସ୍ଖଳନ I ଲଗାଣ ବର୍ଷା ଯୋଗୁ ଦେବଗିରି ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ I
ତଥ୍ୟାନୁସାରେ, ଘଟଣାଟି ଗୁମ୍ମା ବ୍ଲକ କୁଯାସିଂ ଅଢେ଼ଇ ଗ୍ରାମ ନିକଟସ୍ଥ ଘାଟି ରାସ୍ତାରେ ଘଟିଛି I ମଙ୍ଗଳବାର ଠାରୁ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି I ଏହାର ପ୍ରଭାବରେ ଗତକାଲି ସନ୍ଧ୍ୟାରେ ଦେବଗିରି ପାହାଡରୁ ପଥର ଖସି ରାସ୍ତା ଅବରୋଧ ହୋଇଛି I ଯାହା ଫଳରେ ୩ଟି ପଞ୍ଚାୟତର ଯାତାୟାତ ବନ୍ଦ ହୋଇଛି I ମାତ୍ର କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ I କିନ୍ତୁ ଗ୍ରାମର ମୁଖ୍ୟ ରାସ୍ତା ଅବରୋଧ ହୋଇଛି I ତେବେ ଏହା ଗୁମ୍ମା ବ୍ଲକର ଦୁର୍ଗମ ଅଞ୍ଚଳରେ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରସାଶନିକ ଅଧିକାରୀ ପହଂଚି ନଥିବାର ସୂଚନା ମିଳିଛି I




