ଭିଜିଲାନ୍ସ ହାତରେ ଗିରଫ ହେଲେ ଜମିଦାର ଡ଼ିଏଫଓ

କେନ୍ଦୁଝର : ଭିଜିଲାନ୍ସ ହାତରେ ବନ୍ଧା ହେଲେ କୁବେର ଡ଼ିଏଫଓ । କେନ୍ଦୁଝର କେନ୍ଦୁଲିଫ୍ ଡିଭିଜିନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ଗତ ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରଖିଥିଲା । କୁବେର ଡିଏଫଓଙ୍କ ଅମାପ ସମ୍ପତିର ହିସାବ କରି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ […]

ଭିଜିଲାନ୍ସ ହାତରେ ଗିରଫ ହେଲେ ଜମିଦାର ଡ଼ିଏଫଓ
Samaya Live Picture
Published On

କେନ୍ଦୁଝର : ଭିଜିଲାନ୍ସ ହାତରେ ବନ୍ଧା ହେଲେ କୁବେର ଡ଼ିଏଫଓ । କେନ୍ଦୁଝର କେନ୍ଦୁଲିଫ୍ ଡିଭିଜିନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ଗତ ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରଖିଥିଲା ।

କୁବେର ଡିଏଫଓଙ୍କ ଅମାପ ସମ୍ପତିର ହିସାବ କରି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ନିତ୍ୟାନନ ନାୟକଙ୍କର ଅନୁଗୁଳର ୩ ଟି ସ୍ଥାନରେ, ନୟାଗଡ଼ର ୨ ଟି ସ୍ଥାନରେ ଓ କେନ୍ଦୁଝର ର ୨ଟି ଠିକଣାରେ ଭିଜିଲାନସ୍ ଚିମର ଚଢ଼ାଉ ଜାରି ରହିଥିଲା । ନିଜ ଓ ପରିବାର ଲୋକଙ୍କ ନାଁରେ ଠାବ ହୋଇଛି ୧୧୫ଟି ପ୍ଲଟ । ଲକ୍ଷ ଲକ୍ଷ ଟଙ୍କା ସହ ରିଭଲଭର, ବ୍ୟାଙ୍କ ଓ ଜମିଜମା କାଗଜପତ୍ର ଜବତ କରାଯାଇଥିଲା ।

କେନ୍ଦୁଝର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କଠାରୁ ସର୍ଚ୍ଚ ୱାରେଣ୍ଟ ପାଇବା ପରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ଏଥିରେ ତିନିଜଣ ଡିଏସ୍‌ପିଙ୍କ ସମେତ ୧୦ଜଣ ଇନ୍‌ସ୍ପେକ୍ଟର, ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।

Tags: