ଆଜିଠାରୁ ୪୪ ଟି ତହସିଲରେ ହେବ ଜମି କିଣାବିକା

ଭୁବନେଶ୍ୱର : ଏଣିକି ରାଜ୍ୟରେ ଆହୁରି ସହଜ ହେବ ଜମି କିଣାବିକା । ଏନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ତହସିଲ ଅଫିସରେ ଖୋଲିବ ସବ ରେଜିଷ୍ଟ୍ରି ଅଫିସ । ଆଜିଠାରୁ ୪୪ ଟି ତହସିଲରେ ହେବ ଜମିକିଣାବିକା । ଆଜି ଲୋକସେବା ଭବନରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ୪୪ଟି ଓ ଡିସେମ୍ବର ସୁଦ୍ଧା ୨୭୩ଟି ତହସିଲ ଅଫିସରେ ଆରମ୍ଭ ହେବ ସେବା । ଅନଲାଇନରେ […]

ଆଜିଠାରୁ ୪୪ ଟି ତହସିଲରେ ହେବ ଜମି କିଣାବିକା
Samaya Live Picture
Published On

ଭୁବନେଶ୍ୱର : ଏଣିକି ରାଜ୍ୟରେ ଆହୁରି ସହଜ ହେବ ଜମି କିଣାବିକା । ଏନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ତହସିଲ ଅଫିସରେ ଖୋଲିବ ସବ ରେଜିଷ୍ଟ୍ରି ଅଫିସ । ଆଜିଠାରୁ ୪୪ ଟି ତହସିଲରେ ହେବ ଜମିକିଣାବିକା । ଆଜି ଲୋକସେବା ଭବନରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ୪୪ଟି ଓ ଡିସେମ୍ବର ସୁଦ୍ଧା ୨୭୩ଟି ତହସିଲ ଅଫିସରେ ଆରମ୍ଭ ହେବ ସେବା । ଅନଲାଇନରେ ସ୍ଲଟ ବୁକ କରି ନିର୍ଦ୍ଧାରିତ ତାରିଖ ଅନୁସାରେ ପଞ୍ଜିକରଣ କରିପାରିବେ । ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍‌ ମୋବାଇଲ୍‌ ଆପ୍ ମଧ୍ୟ ଆରମ୍ଭ କରାଯାଇଛି।

ପ୍ରଶାସନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା, ଉନ୍ନତମାନର ସେବା ପ୍ରଦାନ କରିବା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚିବା ଦ୍ୱାରା ରେଜିଷ୍ଟ୍ରେସନ୍‌ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଯାହା ଫଳରେ ରାଜସ୍ୱ ଆଦାୟରେ ମଧ୍ୟ ଉନ୍ନତି ଆସିବ। ଏହି ସଂସ୍କାରମୂଳକ ପଦକ୍ଷେପ ଜରିଆରେ ଲୋକଙ୍କ ସରକାର ନିଜର ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରୁଛନ୍ତି। ଯାହାଦ୍ୱାରା ନାଗରିକମାନଙ୍କର ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ଅଧିକ ଦୃଢ଼ ହେବ।

ରାଜସ୍ଵ ମନ୍ତ୍ରୀ କହିଛନ୍ତି, “ଭାରତ ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକରଣ କରିଥିବା MSME ଏବଂ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲେ ଜମି କିସମ ପରିବର୍ତ୍ତନ ପାଇଁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ।

ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କ ଭ୍ୟାଲୁର ୧ ପ୍ରତିଶତ ଦେବାକୁ ପଡୁଥିଲା । ଆଉ କିସମ ପରିବର୍ତ୍ତନ ପାଇଁ ଯେତିକି ଫି ଦେବାକୁ ପଡୁଥିଲା ତାର ୧ ପ୍ରତିଶତ ଭଡ଼ ମଧ୍ୟ ଆକାରରେ ପଡୁଥିଲା । ଏବେ ଓଡ଼ିଶାର ସରକାର ଏହି ଦୁଇଟି ଯାକ ଛାଡ଼ କରିଛନ୍ତି ।

Tags: