ଜମିହରାଙ୍କୁ ମିଳିବ ଜମି ,ଆସିବ ନୂଆ ବିସ୍ଥାପନ – ଥଇଥାନ ନୀତି – ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଘୋଷଣା। ପ୍ରାକୃତିକ ବିପର୍ଯ୍ୟୟରେ ଜମିହରାଙ୍କୁ ଜମି ଦେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ଓ ପ୍ରାକୃତିକ ବିପର୍ଯୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ଖୁବଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ। ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ। ଆଉ ସେ ସବୁ ଜମି ସରକାର ପ୍ରଦେନ କରିବେ। ବନ୍ୟା ସମୟରେ ଅନେକ ଲୋକ ଜମି ହରାଇଛନ୍ତି। ସେମାନଙ୍କ ରିପୋର୍ଟ ଆସିଲେ ଜମି ଦିଆଯିବ। […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଘୋଷଣା। ପ୍ରାକୃତିକ ବିପର୍ଯ୍ୟୟରେ ଜମିହରାଙ୍କୁ ଜମି ଦେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ଓ ପ୍ରାକୃତିକ ବିପର୍ଯୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ଖୁବଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ।
ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ। ଆଉ ସେ ସବୁ ଜମି ସରକାର ପ୍ରଦେନ କରିବେ। ବନ୍ୟା ସମୟରେ ଅନେକ ଲୋକ ଜମି ହରାଇଛନ୍ତି। ସେମାନଙ୍କ ରିପୋର୍ଟ ଆସିଲେ ଜମି ଦିଆଯିବ।
ବିଶେଷକରି ନିଆଳି ଏବଂ ବଡମ୍ବାରେ ବନ୍ୟା ସମୟରେ ନଦୀ ତା’ର ଗତିପଥ ବଦଳାଇବାରୁ ଅନେକ ଲୋକ ଜମି ହରାଇଛନ୍ତି। ସେମାନଙ୍କ ଜମି ନଦୀ ଭିତରକୁ ଚାଲି ଯାଇଥିବାରୁ ସେମାନେ ଏବେ ଜମିହୀନ ହୋଇଛନ୍ତି। ତେଣୁ ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜମି ହରାଇଥିଲେ ସରକାର ଜମି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲପାଳମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ।
ସେହିପରି ଖୁବ୍ଶୀଘ୍ର ସରକାର ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ନୂଆ ନୀତି ଆଣିବାକୁ ସରକାରୀ ସ୍ତରରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଶେୟାର ବା ଅଂଶୀଦାର ରହିପାରିବେ।
ଖାଲି ଏତିକି ନୁହେଁ, ଜମି ହରାଉଥିବା ଲୋକଙ୍କୁ ମଧ୍ୟ ବିକଳ୍ପ ସୁଯୋଗ ଦିଆଯିବ। ଜମି ବଦଳରେ ସରକାର ଜମି ଯୋଗାଇ ଦେବେ। କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ। ଲୋକ ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ହେବ। ସରକାର କାହା ଉପରେ କୌଣସି ନିଷ୍ପତ୍ତି ଲଦିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।




