ଜମି ବିକ୍ରି ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ଜମି ବିକ୍ରି ନେଇ ବିଗତ ସରକାର ଯେତେ ସମସ୍ୟା ସୃଷ୍ଟି କରିଛନ୍ତି ତାକୁ ସୁଧାରିବା ବର୍ତମାନର କାମ। ଜମି ବିକା କିଣା ନେଇ ଓଡ଼ିଶାରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ଆଇନ ର ସଠିକ ତର୍ଜମା ନ କରିଥିବା ଯୋଗୁଁ ଯେଉଁ ଜମି ସବୁ ବିକ୍ରି ହୋଇପାରିବ ସେଥିରେ ରୋକ ଲଗା ଯାଇଛି। ନିର୍ଦ୍ଧିଷ୍ଟ ଗୋଟେ ଜମି ପ୍ଳଟିଙ୍ଗ କରି ଜଣେ ଚାହିଁଲେ ବିକ୍ରି ରେଗୁଲେଟ ପାଇଁ ନିୟମ ତିଆରି ହୋଇଛି। ଜମିରେ ପ୍ଳଟିଙ୍ଗ କରି […]

Samaya Live Picture
Published On

ଭୁବନେଶ୍ୱର: ଜମି ବିକ୍ରି ନେଇ ବିଗତ ସରକାର ଯେତେ ସମସ୍ୟା ସୃଷ୍ଟି କରିଛନ୍ତି ତାକୁ ସୁଧାରିବା ବର୍ତମାନର କାମ। ଜମି ବିକା କିଣା ନେଇ ଓଡ଼ିଶାରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ଆଇନ ର ସଠିକ ତର୍ଜମା ନ କରିଥିବା ଯୋଗୁଁ ଯେଉଁ ଜମି ସବୁ ବିକ୍ରି ହୋଇପାରିବ ସେଥିରେ ରୋକ ଲଗା ଯାଇଛି। ନିର୍ଦ୍ଧିଷ୍ଟ ଗୋଟେ ଜମି ପ୍ଳଟିଙ୍ଗ କରି ଜଣେ ଚାହିଁଲେ ବିକ୍ରି ରେଗୁଲେଟ ପାଇଁ ନିୟମ ତିଆରି ହୋଇଛି। ଜମିରେ ପ୍ଳଟିଙ୍ଗ କରି ଫ୍ଲାଟ କରି ବିକ୍ରି ପାଇଁ ବ୍ୟବସାୟୀ ଚାହିଁବ ତାପାଇଁ ନିୟମ ହୋଇଛି। ଜଣେ ନିଜ ଝିଅର ବାହାଘର ପାଇଁ ଜମି ବିକ୍ରି ପାଇଁ ଚାହିଁବ, ଛୁଆର ଚିକିତ୍ସା ପାଇଁ ବିକ୍ରି କରିବାକୁ ଚାହିଁବ ସ୍ପଷ୍ଟୀକରଣ ନଥିବା ଯୋଗୁଁ କିଣା ବିକା ରେ ଓଡ଼ିଶାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି। ୫ ମାସର ରେକର୍ଡ ଦେଖିକି ମନେ ହେଲା ଲୋକେ ଜମି ବିକ୍ରି କରିବାରେ ହଇରାଣ ହେଉଛନ୍ତି। ସରକାର ସହ ସହ ରାଜସ୍ବ ହରାଉଛନ୍ତି। ଆଇନର ତର୍ଜମା ପାଇଁ ସମୀକ୍ଷା ବୈଠକ ହୋଇଛି। ଅନ୍ୟ ଜଣଙ୍କୁ ଜମି ବିକ୍ରି ପାଇଁ ଗରିବ ଲୋକେ ଚାହିଁବ ଏବଂ ସେହି ଜମି ପ୍ଳଟିଙ୍ଗ ଓ ଆପାର୍ଟମେଣ୍ଟ କରିବା ସହ କୌଣସି ସମ୍ପର୍କ ନାହିଁ ସେବାବଦରେ ଆଇନର ସଂଶୋଧନ ଆବଶ୍ୟକ ରହିଛି। ନଗର ଉନ୍ନୟନ ଓ ଆଇନ ବିଭାଗକୁ ପରାମର୍ଶ ଦିଆଯାଇଛି। ଚଳିତ ବିଧାନସଭା ରେ ଯେଉଁ ଆଇନର ସଂଶୋଧନର ଆବଶ୍ୟକତା ରହିଛି ଯଥା ଶୀଘ୍ର କରାଯିବ। ପରବର୍ତୀ ସମୟ ରେ ପ୍ଳଟିଙ୍ଗ ଓ ଆପାର୍ଟମେଣ୍ଟ ପାଇଁ ଜମି ବିକ୍ରି ଉପରେ ବିଚାର କରାଯିବ।

Tags: