ପଦ୍ମ ଧରିଲେ ଲମ୍ବୋଦର ନିଆଲ
କଳାହାଣ୍ଡି : ନୂଆପଡା ବିଜେଡିକୁ ପୁଣି ଏକ ଶକ୍ତ ଧକ୍କା । ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଲମ୍ବୋଦର ନିଆଲ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଏହାପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଛନ୍ତି । ଯାହାକି ବିଜେଡି ପାଇଁ ଏକ ଶକ୍ତ ଝଟକା ହୋଇଛି । ଆଜି ନୂଆପଡାରେ […]
କଳାହାଣ୍ଡି : ନୂଆପଡା ବିଜେଡିକୁ ପୁଣି ଏକ ଶକ୍ତ ଧକ୍କା । ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଲମ୍ବୋଦର ନିଆଲ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଏହାପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଛନ୍ତି । ଯାହାକି ବିଜେଡି ପାଇଁ ଏକ ଶକ୍ତ ଝଟକା ହୋଇଛି ।
ଆଜି ନୂଆପଡାରେ ବିଜେପିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଏହାପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ଲମ୍ବୋଧର ନିଆଲ । ତାଙ୍କ ସହିତ ଅନ୍ୟ କର୍ମୀମାନେ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ୨୦୨୪ରେ ଲମ୍ବୋଧର କଳାହାଣ୍ଡିରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିଲେ । ଆଜି ସକାଳୁ ଜୟ ଢୋଲକିଆଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ଆଲୋଚନା କରିଥିଲେ ।
ଅନ୍ୟପଟେ,ନୂଆପଡାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ଗତକାଲି ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚମକାଇ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହାକୁ ନେଇ ନୂଆପଡା ବିଜେଡିରେ ପୁଣି ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଅନେକ ବିଜେଡି କର୍ମୀ ଦଳ ଛାଡୁଥିବା କୁହାଯାଉଛି ।




