ଲକ୍ଷ୍ମୀ ଯୋଜନା : ପ୍ରତି ପଞ୍ଚାୟତରେ ଗଡିବ ମୋ ବସ

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳ ବ୍ଲକରୁ ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ଯୋଜନାରେ ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଏପରି ବସ୍ ସୁବିଧା ନଥିବାରୁ ରାଜ୍ୟ ସରକାର ଏପରି ପଦକ୍ଷେପ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯାୟରେ ରାଜ୍ୟର ୬ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳ ବ୍ଲକରୁ ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ଯୋଜନାରେ ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଏପରି ବସ୍ ସୁବିଧା ନଥିବାରୁ ରାଜ୍ୟ ସରକାର ଏପରି ପଦକ୍ଷେପ ନିଷ୍ପତ୍ତି ନେଇଛନ୍ତି ।

ପ୍ରଥମ ପର୍ଯାୟରେ ରାଜ୍ୟର ୬ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ମୋ ବସ ଚାଲିବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ମୋ ବସ ସେବା ଆରମ୍ଭ କରାଯିବ ।

ରାଜ୍ୟର ଗ୍ରାମାଞ୍ଚଳ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଯାତାୟତର ସୁବିଧା ନଥିବାରୁ ସେହି ଅଞ୍ଚଳରେ ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏନେଇ ଲୋକମାନଙ୍କର ଅସନ୍ତୋଷ ବୃଦ୍ଧି ପାଉଥିବା କାରଣରୁ ପ୍ରତି ବ୍ଲକରୁ ପଞ୍ଚାୟତକୁ ମୋ ବସ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି I

Tags: