ଆଜିଠାରୁ ଗଜପତିରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଭଚୁର୍ଆଲ ମୋଡ଼ରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗଜପତି : ମାଲାକାନାଗିରି ପରେ ଆଜି ଗଜପତିରେ ଗଡିବ ଲକ୍ଷ୍ମୀ ବସ I ଜିଲ୍ଲାର ୭ଟି ବ୍ଲକରେ ୧୨୬ ପଞ୍ଚାୟତରେ ଏହି ବସ୍ ସେବା ଯୋଗାଇବ । ମୂଖ୍ୟମନ୍ତ୍ରୀ ୩୬ ଟି ବସ୍ ଗଜପତି ଜିଲ୍ଲାକୁ ଦେଇଛନ୍ତି । ଆଜି ଦିନ ୧୧ଟା ୩୦ରେ ଲୋକସେବା ଭବନରୁ ଭଚୁର୍ଆଲ ମୋଡରେ ଯୋଡି ହୋଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ମୀ ବସ ସେବାର ଲୋର୍କାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ମନ୍ତ୍ରୀ […]
ଗଜପତି : ମାଲାକାନାଗିରି ପରେ ଆଜି ଗଜପତିରେ ଗଡିବ ଲକ୍ଷ୍ମୀ ବସ I ଜିଲ୍ଲାର ୭ଟି ବ୍ଲକରେ ୧୨୬ ପଞ୍ଚାୟତରେ ଏହି ବସ୍ ସେବା ଯୋଗାଇବ । ମୂଖ୍ୟମନ୍ତ୍ରୀ ୩୬ ଟି ବସ୍ ଗଜପତି ଜିଲ୍ଲାକୁ ଦେଇଛନ୍ତି । ଆଜି ଦିନ ୧୧ଟା ୩୦ରେ ଲୋକସେବା ଭବନରୁ ଭଚୁର୍ଆଲ ମୋଡରେ ଯୋଡି ହୋଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ମୀ ବସ ସେବାର ଲୋର୍କାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ମନ୍ତ୍ରୀ ଟୁକୁନୀ ସାହୁ ଉପସ୍ଥିତ ରହିଥିଲେ ।
ଅନ୍ୟପଟେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଆଜିଠୁ ବସ ଧର୍ମଘଟକୁ ଓହ୍ଲାଇଛି ଘରୋଇ ବସ ସଂଘ। ସରକାରଙ୍କ ଠାରୁ ଲିଖିତ ପ୍ରତିଶୃତି ନପାଇବା ଯାଏଁ ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ। ଫଳରେ ପୂଜା ସମୟରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ତେବେ ଆନ୍ଦୋଳନ ନୁହେଁ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ଧର୍ମଘଟରୁ ଓହରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ I




