ଆଉ ୫ଟି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ
ଭୁବନେଶ୍ୱର: ସୋମବାରଠୁ ରାଜ୍ୟରେ ଆଉ ୫ଜିଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । କନ୍ଧମାଳ ଜିଲ୍ଲା ସମେତ କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା । କଟକ ଜିଲ୍ଲା ତଳପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସ୍ ଦ୍ୱାରା ଗାଁରୁ ସହରକୁ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ ଲୋକ । ଏବଂ ମହିଳା ମାନେ ମାତ୍ର ୫ଟଙ୍କାରେ […]
ଭୁବନେଶ୍ୱର: ସୋମବାରଠୁ ରାଜ୍ୟରେ ଆଉ ୫ଜିଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । କନ୍ଧମାଳ ଜିଲ୍ଲା ସମେତ କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା । କଟକ ଜିଲ୍ଲା ତଳପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସ୍ ଦ୍ୱାରା ଗାଁରୁ ସହରକୁ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ ଲୋକ । ଏବଂ ମହିଳା ମାନେ ମାତ୍ର ୫ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ ।
କଟକରେ ପ୍ରଥମ ପର୍ୟ୍ୟାୟରେ ୧୪ଟି ବ୍ଲକରେ ୨୮ଟି ବସର ଶୁଭାରମ୍ଭ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲାରେ ୫୦ଟି ବସ୍ର ଶୁଭାରମ୍ଭ ହୋଇଛି । ପୂର୍ବରୁ କନ୍ଧମାଳ ଜିଲ୍ଲାରେ ୨୭ ଟି ଲକ୍ଷ୍ମୀ ବସ ଚଳାଚଳ କରୁଥିବାବେଳେ ଆଜି ଆଉ ୨୩ଟି ବସର ଶୁଭାରମ୍ଭ ହୋଇଛି I ଏଥିରେ ୧୭୧ ପଞ୍ଚାୟତର ଲକ୍ଷାଧିକ ଲୋକେ ଉପକୃତ ହେବେ।




