ବଦଳିଲା ଲକ୍ଷ୍ମୀ ବସ ରଙ୍ଗ,ପ୍ରଶାସନ ନିକଟରେ ନାହିଁ ଖବର

ଭୁବନେଶ୍ୱର : ବଦଳିଲା ଲକ୍ଷ୍ମୀ ବସର ରଙ୍ଗ । ସବୁଜ ବଦଳରେ ଲକ୍ଷ୍ମୀ ବସର ରଙ୍ଗ ହୋଇଛି ଗେରୁଆ । ଢେଙ୍କାନାଳ ବସଷ୍ଟାଣ୍ଡରେ ଏହି ଗେରୁଆ ରଙ୍ଗର ବସ ଗୁଡିକ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା I ପୂର୍ବରୁ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିବା ବେଳେ ଏବେ ରଙ୍ଗ ବଦଳି ଯାଇଛି । ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍‌କୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ତେବେ କାହା ନିର୍ଦ୍ଦେଶରେ […]

Samaya Live Picture
Published On

ଭୁବନେଶ୍ୱର : ବଦଳିଲା ଲକ୍ଷ୍ମୀ ବସର ରଙ୍ଗ । ସବୁଜ ବଦଳରେ ଲକ୍ଷ୍ମୀ ବସର ରଙ୍ଗ ହୋଇଛି ଗେରୁଆ । ଢେଙ୍କାନାଳ ବସଷ୍ଟାଣ୍ଡରେ ଏହି ଗେରୁଆ ରଙ୍ଗର ବସ ଗୁଡିକ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା I ପୂର୍ବରୁ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିବା ବେଳେ ଏବେ ରଙ୍ଗ ବଦଳି ଯାଇଛି । ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍‌କୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି । ଢେଙ୍କାନାଳ ଓଏସ୍‌ଆର୍‌ଟିସି ମ୍ୟାନେଜର ରଶ୍ମିତା ପ୍ରିୟଦର୍ଶନୀ କହିଛନ୍ତି, ଲିଖିତଭାବେ କୌଣସି ସୂଚନା ନାହିଁ। ହେଲେ ବସ ରଙ୍ଗ ବଦଳାଇବା ପାଇଁ କିଏ କହିଲା, ତାହା ଜଣାପଡ଼ିନାହିଁ।

ସୂଚନାନୁସାରେ,ପୂର୍ବ ସରକାରଙ୍କ ସମୟରେ ଗତ ଜାନୁୟାରୀ ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ ସେବା I ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ ଟି ବସ ୫୩ ଟି ରୁଟରେ ଚାଲିବାକୁ ସ୍ଥିର ହୋଇଥିଲା I ଏବେ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ୨୫ଟି ଲକ୍ଷ୍ମୀବସ୍‌ ଓ ସଦର ବ୍ଲକ୍‌ ପାଇଁ ମଧ୍ୟ ୪ଟି ବସ୍‌ ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଛି। ତେବେ ଲକ୍ଷ୍ମୀ ବସର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ ସେବା ହେବ ବୋଲି ଜଣାପଡିଛି I

Tags: