ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍:ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା
ଭୁବନେଶ୍ୱର:୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍।CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ପାଇବେ ବକେୟା ଦରମା।ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ ନୂଆ ସରକାର। ଏନେଇ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ନିମନ୍ତେ ନୂଆ ଯୋଜନା ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ଘୋଷଣା କରିଛନ୍ତି । ଏଥିରେ ୬୨ ହଜାରରୁ ଅଧିକ […]
ଭୁବନେଶ୍ୱର:୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍।CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ପାଇବେ ବକେୟା ଦରମା।ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ ନୂଆ ସରକାର। ଏନେଇ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ନିମନ୍ତେ ନୂଆ ଯୋଜନା ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ଘୋଷଣା କରିଛନ୍ତି ।
ଏଥିରେ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।୨୦୨୪ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେବେ ଠାରୁ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ଏମବିକେ ଓ ପ୍ରାଣୀମିତ୍ରଙ୍କ ଦରମା ଅଟକି ଯାଇଥିଲା । ଜୁନ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ଫଳ ଆସିଲା, କିନ୍ତୁ ରାଜ୍ୟରେ ସରକାର ବଦଳିଥିଲା । ଫଳରେ ଏମବିକେ, ସିଆରପି, ବ୍ୟାଙ୍କମିତ୍ର ଓ ପ୍ରାଣୀମିତ୍ରମାନେ ସଂକଟରେ ପଡ଼ିଯାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦୧୨ ଏପ୍ରିଲ ୧ରୁ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକାରୀ ହେଉଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ଗ୍ରାମୀଣ ପରିବାରଗୁଡ଼ିକର ଜୀବନଜୀବିକାରେ ଉନ୍ନତି ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଛି।




