ଭିଜିଲାନ୍ସ ଜାଲରେ ଶ୍ରମ ଅଧିକାରୀ

ନୟାଗଡ଼ : ଭିଜିଲାନ୍ସ ଜାଲରେ ନୟାଗଡ଼ ଶ୍ରମ ଅଧିକାରୀ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ। ଶ୍ରମିକ କାର୍ଡ କରିବା ପାଇଁ ନୟାଗଡ଼ ବ୍ଲକ ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କୁ ଲାଞ୍ଚ ମାଗିଥିଲେ ଚିତ୍ତ ରଞ୍ଜନ ରାଉତ । ଗୋଟିଏ ଶ୍ରମ କାର୍ଡ ପିଛା ୩ […]

ଭିଜିଲାନ୍ସ ଜାଲରେ ଶ୍ରମ ଅଧିକାରୀ
Samaya Live Picture
Published On

ନୟାଗଡ଼ : ଭିଜିଲାନ୍ସ ଜାଲରେ ନୟାଗଡ଼ ଶ୍ରମ ଅଧିକାରୀ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ।

ଶ୍ରମିକ କାର୍ଡ କରିବା ପାଇଁ ନୟାଗଡ଼ ବ୍ଲକ ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କୁ ଲାଞ୍ଚ ମାଗିଥିଲେ ଚିତ୍ତ ରଞ୍ଜନ ରାଉତ । ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏ ହିସାବରେ ୨୨ଟି ଶ୍ରମ କାର୍ଡ ପାଇଁ ଶ୍ରୀ ରାଉତ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ । ଏନେଇ ଭୁବନ ଚାନ୍ଦ ଭୁବନେଶ୍ୱର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଯୋଜନା ମୁତାବକ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Tags: