ରଥଯାତ୍ରାରେ ଜୈବିକ ଚାଉଳରେ ହେବ କୋଠଭୋଗ

ପୁରୀ : ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଚଳିତ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ । କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ୫ ପ୍ରକାର ଜୈବିକ ଅମୃତ ଅନ୍ନ ଚାଉଳ ଯୋଗାଇଦେବ । ଏନେଇ କୋରାପୁଟରୁ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ ଅଧିକ ରହିବ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ଏହି […]

ରଥଯାତ୍ରାରେ ଜୈବିକ ଚାଉଳରେ ହେବ କୋଠଭୋଗ
Samaya Live Picture
Published On

ପୁରୀ : ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଚଳିତ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ । କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ୫ ପ୍ରକାର ଜୈବିକ ଅମୃତ ଅନ୍ନ ଚାଉଳ ଯୋଗାଇଦେବ । ଏନେଇ କୋରାପୁଟରୁ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ ଅଧିକ ରହିବ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ଏହି ଚାଉଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଅମୃତ ଅନ୍ନ (ଜୈବିକ ଚାଉଳ) ଲାଗି ହେବ। ଏନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୋଠଭୋଗରେ ଜୈବିକ ଚାଉଳ ଲାଗିହେବା ନେଇ ନିଷ୍ପତ୍ତି ହୋଇଛି। ବଡୁ ସୁଆର ଏବଂ ସୁଆର ମହାସୁଆର ନିଯୋଗ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଅମୃତ ଅନ୍ନ ଉପଯୋଗ ନେଇ ପୂର୍ବରୁ ଆଲୋଚନା ହେବା ସହିତ ପରୀକ୍ଷାମୂଳକ ଭାବେ ଲାଗି ମଧ୍ୟ ହୋଇଥିଲା। ବୈଠକରେ ପ୍ରଗତି ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।

ପ୍ରତ୍ୟେକ ଦିନ କୋଠ ଭୋଗରେ ପ୍ରାୟ ୮୦ କିଲୋ ଚାଉଳ ମହାପ୍ରସାଦ ପାଇଁ ଓ ପରେ ଅନ୍ୟାନ୍ୟ ପିଠା ଆଦି ପାଇଁ ମଧ୍ୟ ଚାଉଳ ବ୍ୟବହାର ହୁଏ । ଆଡ଼ପ ମଣ୍ଡପରେ ପ୍ରାୟ ୫ ଦିନ ମହାପ୍ରସାଦ ଭୋଗ ଲାଗିବାକୁ ଥିବାବେଳେ କୋରାପୁଟର ପ୍ରଗତି ନାମକ ସଂସ୍ଥା ଏନେଇ ୬ ଟି ସାମ୍ପୂଲ ଯୋଗାଇ ଦେଇଛି । ବାସୁଭୋଗ, କଳାଜିରା, ମଲ୍ଲି, ବାସନ୍ତୀ ଚୁଡ଼ି, ହଳଦୀ ଚୁଡ଼ି, ବିରୋଧାନ ସାମ୍ପୁଲ ପରୀକ୍ଷଣ ପରେ କଳାଜିରାକୁ କୋଠ ଭୋଗରେ ଲାଗୁ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଗକୁ ଭୋଗ ମଣ୍ଡପରେ ମଧ୍ୟ ଲାଗୁ ହେବାକୁ ଯୋଜନା ରହିଛି ।

Tags: