ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ କୋରାପୁଟ କଫି

ଜୟପୁର: ଶୀତୁଆ ପାଗରେ କଫି ନାଁ ଶୁଣିଲେ ଉଷ୍ମତା ଭରିଯାଏ । କଫି ମଗରୁ ହିଁ କିଛି ଲୋକ ଦିନର ଆରମ୍ଭ କରିଥାନ୍ତି । ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିର ଗୁରୁତ୍ୱ ବଢ଼ିବାରେ ଲାଗିଛି ।ଏକଦା ଅପରିଚିତ ଥିବା କୋରାପୁଟ ଜିଲ୍ଲା କଫି ଚାଷ ପାଇଁ ବିଶ୍ବସ୍ତରରେ ମୁଣ୍ଡ ଟେକି ଛିଡ଼ା ହୋଇଛି ।କୋରାପୁଟ ଜିଲ୍ଲାରେ ୭ ହଜାରରୁ ଉର୍ଦ୍ଧ୍ବ ଜନଜାତିଙ୍କୁ ରୋଜଗାର ଦେଉଛି କଫି ଚାଷ । ଜିଲ୍ଲାରେ ୪,୭୦୦ ହେକ୍ଟର […]

ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ କୋରାପୁଟ କଫି
Samaya Live Picture
Published On

ଜୟପୁର: ଶୀତୁଆ ପାଗରେ କଫି ନାଁ ଶୁଣିଲେ ଉଷ୍ମତା ଭରିଯାଏ । କଫି ମଗରୁ ହିଁ କିଛି ଲୋକ ଦିନର ଆରମ୍ଭ କରିଥାନ୍ତି । ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିର ଗୁରୁତ୍ୱ ବଢ଼ିବାରେ ଲାଗିଛି ।ଏକଦା ଅପରିଚିତ ଥିବା କୋରାପୁଟ ଜିଲ୍ଲା କଫି ଚାଷ ପାଇଁ ବିଶ୍ବସ୍ତରରେ ମୁଣ୍ଡ ଟେକି ଛିଡ଼ା ହୋଇଛି ।କୋରାପୁଟ ଜିଲ୍ଲାରେ ୭ ହଜାରରୁ ଉର୍ଦ୍ଧ୍ବ ଜନଜାତିଙ୍କୁ ରୋଜଗାର ଦେଉଛି କଫି ଚାଷ । ଜିଲ୍ଲାରେ ୪,୭୦୦ ହେକ୍ଟର ଜମିରେ କଫିଚାଷ ହେଉଥିବା ବେଳେ ବିଶେଷ ଭାବରେ ମହିଳା ମାନେ ହୋଇଛନ୍ତି ସ୍ୱାବଲମ୍ବୀ । ୨୦୧୯ ପର ଠାରୁ କୋରାପୁଟ କଫି ନିଜସ୍ୱ ସ୍ବାଦ ପାଇଁ ଜିଲ୍ଲାଠୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍‌ରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ‘‘କୋରାପୁଟ କଫିର ସ୍ୱାଦ ଆଶ୍ଚର୍ଯ୍ୟଜନକ, କେବଳ ସ୍ୱାଦ ନୁହେଁ ଏହି କଫି ଚାଷ ଲୋକଙ୍କୁ ମଧ୍ୟ ଲାଭ ଦେଉଛି । କୋରାପୁଟରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ନିଷ୍ଠାପର ଆଗ୍ରହ ଦ୍ୱାରା କଫି ଚାଷ କରୁଛନ୍ତି । ଏହି କଫି ସାରା ବିଶ୍ୱରେ ବହୁତ ଲୋକପ୍ରିୟ ହେଉଛି । ସେଥିପାଇଁ କଫିପ୍ରେମୀମାନେ କୁହନ୍ତି କୋରାପୁଟ କଫି ହେଉଛି ସବୁଠାରୁ ସର୍ବୋତ୍ତମ । ଏହା ଭାରତରେ ପ୍ରସ୍ତୁତ ହୁଏ ସତ କିନ୍ତୁ ସାରା ବିଶ୍ୱ ଏହାର ପ୍ରେମରେ ପଡ଼େ ।’’

ପ୍ରଧାନମନ୍ତ୍ରୀଙ୍କ ମୁହଁରେ କୋରାପୁଟ କଫିର ପ୍ରଶଂସା ପରେ ପୁରା ଜିଲ୍ଲାରେ ଖେଳି ଯାଇଛି ଖୁସିର ଲହରୀ । ସେହିପରି ଜିଲ୍ଲାପାଳ କହିଛନ୍ତି ଏହା ଆମ ପାଇଁ ଗର୍ବର କଥା । ଆଗକୁ କଫି ଚାଷ ଉପରେ ଗୁରୁତ୍ୱ ଦେଇ ୧୦ ହଜାର ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖି ବିଶ୍ୱ ଦରବାରରେ କୋରାପୁଟ କଫି ସ୍ୱତନ୍ତ୍ର ସ୍ଥାନ ପାଇବ

ନିକଟରେ କୋରାପୁଟ କଫିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟପାଳ ଶ୍ରୀ କମ୍ଭମପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାତି ପରିଡାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । କଫି ଚାଷ ଓ ଚାଷୀଙ୍କୁ ନେଇ ଆଲୋଚନା କରି କଫି ଚାଷ ଓ ଚାଷୀଙ୍କ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପ୍ରତି ସପିଂ ମଲରେ କୋରାପୁଟ କଫି କାଉଣ୍ଟର ଖୋଲିବା ବାଧ୍ୟତାମୂଳକ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ବ୍ୟବସାୟୀ । ଜିଲ୍ଲାପାଳ କହିଛନ୍ତି ଏବେ କଫି ବିଶ୍ୱ ଦରବାର ଯାତ୍ରା ଅପେକ୍ଷା ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ।

Tags: