କୋରାପୁଟ ବସ ଚଳାଚଳ ସମସ୍ୟା,ଫିଟିଲା ସମାଧାନ ର ବାଟ

କୋରାପୁଟ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲା ପ୍ରଶାସନ, ଜିଲାର ବସ୍‌ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି। ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁ ଜିଲାରେ ବସ୍‌ ଚଳାଚଳରେ ବ୍ୟାହତ ଘଟିଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲାରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି। ସାଧାରଣ ଯାତ୍ରୀଙ୍କ ସ୍ବାର୍ଥକୁ ସର୍ବଦା […]

Samaya Live Picture
Published On

କୋରାପୁଟ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲା ପ୍ରଶାସନ, ଜିଲାର ବସ୍‌ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି।

ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁ ଜିଲାରେ ବସ୍‌ ଚଳାଚଳରେ ବ୍ୟାହତ ଘଟିଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲାରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି। ସାଧାରଣ ଯାତ୍ରୀଙ୍କ ସ୍ବାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ, ଉଭୟ ସଂଘ ଓ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସୂଚନାନୁସାରେ,ଆଜି ସକାଳ ଠାରୁ ଘରୋଇ ବସ ମାଲିକ ଏବଂ କର୍ମଚାରୀଙ୍କ ବିବାଦ ଯୋଗୁଁ କୋରାପୁଟରେ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା I ଶୁକ୍ରବାର ସନ୍ଧ୍ୟାରେ ବସ ଚଳାଚଳ ଟାଇମିଂ କୁ ନେଇ ବସ ମାଲିକ ଓ କର୍ମଚାରୀଙ୍କ ସହିତ ଝଗଡା ହୋଇଥିଲା I ଜଣେ ବସ କର୍ମଚାରୀ ଷ୍ଟାଣ୍ଡରେ ମାତ୍ର ୨ ମିନିଟ ବିଳମ୍ବରେ ବସ ଲଗାଇବାରୁ ବସ ମାଲିକ ତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ I ଏ ସମ୍ପର୍କରେ ବସ ମାଲିକ ସଂଘକୁ ଜଣାଇଥିଲେ କର୍ମଚାରୀ ସଂଘ I ତେବେ ବସ ମାଲିକ ସଂଘ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ସକାଳେ ଧାରଣାରେ ବସିଥିଲେ କର୍ମଚାରୀ I ଫଳରେ କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ ରହିବରୁ ପ୍ରବଳ ଖରାରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ I ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ବସ ଚଳାଚଳ ସ୍ୱାଭାବିକ ହୋଇଥିଲା I

Tags: