କୋରନା ପାଇଁ ସତର୍କତା

ସମୟ ଲାଇଭ,୭/୨ (ହରିଶ ଚନ୍ଦ୍ର ସ) : ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ । ମେଡିକାଲ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଇଛି । ଲୋକମାନଙ୍କୁ କୋରନା ପାଇଁ ସତର୍କ ରହିବାକୁ କୁହାଯାଇଛି । ବିଦେଶରୁ ଫେରିଥିବା ବାଲେଶ୍ଵର ଜିଲ୍ଲାର 27 ଜଣଙ୍କୁ ମେଡିକାଲ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରୁ 20ଜଣଙ୍କ ମଧ୍ୟରେ କୌଣସି ଭାଇରସର ପ୍ରଭାବ ନଥିବାରୁ ବାକି 7ଜଣଙ୍କୁ 15 ଦିନ ପାଇଁ ସେମାନଙ୍କ ଘରେ ଅବଲୋକନରେ ରଖାଯାଇଛି। […]

Samaya Live Picture
Published On

ସମୟ ଲାଇଭ,୭/୨ (ହରିଶ ଚନ୍ଦ୍ର ସ) : ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ । ମେଡିକାଲ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଇଛି । ଲୋକମାନଙ୍କୁ କୋରନା ପାଇଁ ସତର୍କ ରହିବାକୁ କୁହାଯାଇଛି । ବିଦେଶରୁ ଫେରିଥିବା ବାଲେଶ୍ଵର ଜିଲ୍ଲାର 27 ଜଣଙ୍କୁ ମେଡିକାଲ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରୁ 20ଜଣଙ୍କ ମଧ୍ୟରେ କୌଣସି ଭାଇରସର ପ୍ରଭାବ ନଥିବାରୁ ବାକି 7ଜଣଙ୍କୁ 15 ଦିନ ପାଇଁ ସେମାନଙ୍କ ଘରେ ଅବଲୋକନରେ ରଖାଯାଇଛି।

ଏହି ୭ଜଣକ ମଧ୍ୟରୁ ଜଣେ ବ୍ୟକ୍ତି ସୋର ଖଇରା ଅଞ୍ଚଳର ବୋଲି ଜଣା ପଡିଛି। ସେ ଚୀନରେ ରହୁଥିବା ସୂଚନା ମିଳିଛି। କିଛି ଦିନ ତଳେ ସେ ଘରକୁ ଫେରିଥିଲେ ନିଜର ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ଡାକ୍ତରଖାନା ପହଁଚି ଥିଲେ ତେବେ ବାଲେଶ୍ବର ୩ଜଣିଆ ମେଡିକାଲ ଟିମ ତାଙ୍କୁ ପ୍ରାଥମିକ ରକ୍ତ ନମୂନା ସଂଗ୍ରହ ପରେ ଜିଲ୍ଲ ଡାକ୍ତରଖାନାର ଡାକ୍ତର ତଥା ଖଇରା ମେଡିକଲାର ଡାକ୍ତରଙ୍କ ଅବଲୋକନରେ ଘରେ ରହିବାକୁ ପରାମର୍ଶ ଦେଇ ଘରେ ଛାଡିଥିଲେ ଏବଂ ତାଙ୍କୁ ଏକା ରହିବା ସହିତ ପରିବାର କାହା ସହ ନମିଶା ପାଇ ଉପଦେଶ ଦେଇଥିଲେ। ତେବେ ଖଇରା ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କ ନିକଟକୁ ଯାଇ ଚିକିତ୍ସା କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି। ଏହି ଘଟଣା ପରେ ଖଇରା ଅଞ୍ଚଳରେ ସାଧାରଣ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଚିକିତ୍ସା କରିବାର ବ୍ୟବସ୍ଥା ପାଇଁ ଅନୁରୋଧ କରିଛନ୍ତି ।

Tags: