କେଳୁଣୀ ମୁହାଣରେ ପଡିରହିଛି ଅଫସର ବୋଇ

ସମୟ ଲାଇଭ,୧୯/୩: ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଶିଶୁ ପଞ୍ଚାୟତ ର ତଣ୍ଡାଘର କେଳୁଣୀ ମୁହାଣ କୂଳରେ ଆଜକୁ ପ୍ରାୟ 5 ଦିନ ଧରି ଅବହେଳିତ ହୋଇ ପଡିଛି ଜାହାଜର ଏକ ଭଗ୍ନାବଶେଷ।ଯାହାକୁ ଅଫସର ବୋଇ କୁହାଯାଉଛି। ଏତେ ଦିନ ଧରି ସମୁଦ୍ର କୂଳରେ ଅବହେଳିତ ହୋଇ ପଡିରହିଥିବା ଏତେ ବିଶାଳ କାୟ ଯନ୍ତ୍ର ଟିକୁ ଉଦ୍ଧାର କରିବାକୁ ଏପର୍ଯ୍ୟନ୍ତ କୋୖଣସି ପ୍ରଶାସନିକ ଅଧିକାରୀ ଆସିନାହାନ୍ତି। ଏହି ଯନ୍ତ୍ର ଟିର ଓଜନ ହାରାହାରି 5ରୁ 10 ଟନ ହୋଇଥିବା […]

Samaya Live Picture
Published On

ସମୟ ଲାଇଭ,୧୯/୩: ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଶିଶୁ ପଞ୍ଚାୟତ ର ତଣ୍ଡାଘର କେଳୁଣୀ ମୁହାଣ କୂଳରେ ଆଜକୁ ପ୍ରାୟ 5 ଦିନ ଧରି ଅବହେଳିତ ହୋଇ ପଡିଛି ଜାହାଜର ଏକ ଭଗ୍ନାବଶେଷ।ଯାହାକୁ ଅଫସର ବୋଇ କୁହାଯାଉଛି। ଏତେ ଦିନ ଧରି ସମୁଦ୍ର କୂଳରେ ଅବହେଳିତ ହୋଇ ପଡିରହିଥିବା ଏତେ ବିଶାଳ କାୟ ଯନ୍ତ୍ର ଟିକୁ ଉଦ୍ଧାର କରିବାକୁ ଏପର୍ଯ୍ୟନ୍ତ କୋୖଣସି ପ୍ରଶାସନିକ ଅଧିକାରୀ ଆସିନାହାନ୍ତି। ଏହି ଯନ୍ତ୍ର ଟିର ଓଜନ ହାରାହାରି 5ରୁ 10 ଟନ ହୋଇଥିବା ବେଳେ କଣ ପାଇଁ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଏଠାକୁ ଆସି ଏହାର ଯାଞ୍ଚ କରିବା ସହ ଏହାକୁ ଉଦ୍ଧାର କରିନାହାନ୍ତି ତାହା ଏବେ ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି।

ସବୁଠାରୁ ଆଶ୍ଚର୍ଯ୍ୟ କରୁଥିବା କଥା ହେଉଛି ପୁରୀ ଜିଲ୍ଲାର ସମୁଦ୍ର ବେଳମାର୍ଗ ରେ କେବେ ବି ଏପରି ଜିନିଷ ଦେଖିନଥିବା ଗ୍ରାମବାସୀ ମାନେ ହଠାତ ଏହି ଯନ୍ତ୍ର ଟିକୁ ଦେଖି 5 ଦିନ ହେବ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପଟେ କରୋନା ଭାଇରସ ର ଆତଙ୍କ ଦେଶ କୁ ଆତଙ୍କିତ କରୁଥିବା ବେଳେ କେଳୁଣୀ ମୁହାଁଣ କୂଳରେ ଲାଗିଥିବା ଏହି ଯନ୍ତ୍ର ଟି କେଉଁ ଦେଶର, କିପରି ଏଠାକୁ ଆସିଛି ଏବଂ କଣ ରହିଛି ଏହା ଭିତରେ ତାକୁ ନେଇ ଭୟ ରେ ଜୀବନ କାଟୁଛନ୍ତି ଗ୍ରାମ ର ସାଧାରଣ ଲୋକ।

କେହି କେହି ଏହାକୁ କୌଣସି ଶତ୍ରୁ ଦେଶର ବିସ୍ଫୋରକ କହୁଥିବା ବେଳେ, କେହି ଏହା ଭିତରେ କିଛି ବିଷାକ୍ତ ଗ୍ୟାସ କିମ୍ବା ଅନ୍ୟ କୌଣସି ପ୍ରାଣଘାତୀ ଦ୍ରବ୍ୟ ଥିବା ଅନୁମାନ କରି ଆତଙ୍କିତ ହୋଇପଡିଛନ୍ତି।ଗ୍ରାମ ର କିଛି ଛୋଟ ପିଲା ଏହାକୁ ଦେଖି ଆନନ୍ଦ ରେ ଏହା ଉପରେ ଚଢ଼ି ଖେଳୁଥିବା ବେଳେ ଯଦି କେହି ପିଲା ସେହି ଯନ୍ତ୍ର ଉପରୁ ପଡି କିଛି ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି ସେଥିପାଇଁ ଦାୟୀ କିଏ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Tags: