କୋଣାର୍କରେ ତାଲା ବନ୍ଦର ପ୍ରଭାବ ଅନୁଭୂତ

ସମୟ ଲାଇଭ,୨୫/୩: ସାରା ଵିଶ୍ଵ ରେ ଏବେ ଆତଙ୍କ ସୃଷ୍ଟି କରିଛି covid -19 ବା କରୋନା ଭାଇରସ । ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ କେନ୍ଦ୍ର ସରକାର ଭାରତକୁ ଲକ ଡାଉନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ସମଗ୍ର ଓଡିଶାକୁ ଲକ ଡାଉନ ଘୋଷଣା କରି ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ସହ କୋଣାର୍କ ଅଞ୍ଚଳ କୁ ମଧ୍ୟ ଲକ ଡାଉନ ଘୋଷଣା କରିଛନ୍ତି । ମାତ୍ର ସମସ୍ତ ବ୍ୟବସ୍ଥା […]

Samaya Live Picture
Published On

ସମୟ ଲାଇଭ,୨୫/୩: ସାରା ଵିଶ୍ଵ ରେ ଏବେ ଆତଙ୍କ ସୃଷ୍ଟି କରିଛି covid -19 ବା କରୋନା ଭାଇରସ । ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ କେନ୍ଦ୍ର ସରକାର ଭାରତକୁ ଲକ ଡାଉନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ସମଗ୍ର ଓଡିଶାକୁ ଲକ ଡାଉନ ଘୋଷଣା କରି ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ସହ କୋଣାର୍କ ଅଞ୍ଚଳ କୁ ମଧ୍ୟ ଲକ ଡାଉନ ଘୋଷଣା କରିଛନ୍ତି । ମାତ୍ର ସମସ୍ତ ବ୍ୟବସ୍ଥା ଓ କଟକଣା ସତ୍ୱେ ସାଧାରଣ ଲୋକମାନେ ଏହି ଘୋଷଣାକୁ ଗମ୍ଭୀରତାର ସହ ନନେଇ ଦିନ ସାରା ବଜାରରେ ବୁଲୁଥିବା ଦେଖିବାକୁ ମିଳିଛି । ଏପେଟେ କରୋନାରେ ୨ ଜଣ ଆକ୍ରାନ୍ତ ଓଡ଼ିଶାରେ ଚିକିତ୍ସିତ ହେଉଥିବା ବେଳେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ସହ ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ମାତ୍ର କୋଣାର୍କ ଅଞ୍ଚଳରେ ଏହି ଦିଗରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।ସାଧାରଣ ଦିନ ମାନଙ୍କ ପରି ଲୋକ ମାନେ ବଜାର ରେ ବୁଲୁଥିବା ଦେଖିବାକୁ ମିଳିଛି ଯାହା ଫଳରେ କରୋନା ସଂକ୍ରମଣ ର ଭୟ ସାଧାରଣ ରେ ସୃଷ୍ଟି ହୋଇଛି। ଜନସାଧାରଣ ଙ୍କ ସୁରକ୍ଷା ନିମନ୍ତେ କୋଣାର୍କ ପୋଲିସ ପକ୍ଷରୁ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ବେହେରା ନିଜ ଟିମ ସହ, ତହସିଲଦାର ଏବଂ ସ୍ଥାନୀୟ NAC କାର୍ଯ୍ୟନିର୍ବାହୀ ଅଧିକାରୀ ରାଜରାସ୍ତାକୁ ଆସି ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।ଏଥି ସହିତ ଯେଉଁମାନେ ନିୟମକୁ ଉଲ୍ଲଂଘନ କରି ବଜାରରେ ବୁଲୁଛନ୍ତି ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଉଛି । ପ୍ରଶାସନିକ ଅଧିକାରୀମାନେ ଲୋକମାନଙ୍କୁ ଘରେ ରହିବା ସହ ଅତି ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ସଚେତନତା କରାଉଥିବା ଦେଖିବାକୁ ମିଳିଛି।

Tags: