କୋଣାର୍କରେ କରୋନା ଆତଙ୍କ

ସମୟ ଲାଇଭ,୧୫/୨: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ କୋଣାର୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି | କୋଣାର୍କ ରୁ ଭୁବନେଶ୍ୱର ଓ ପୁରୀ ର ସମସ୍ତ ଯାତ୍ରୀ ବାହୀ ବସ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯେହେତୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ ଏହା ଉପରେ ନିର୍ଭର କରି ଅନେକ ପରିବାର ବାସ କରୁଛନ୍ତି। କୋଣାର୍କରେ କରୋନା ଭୟ ସୃଷ୍ଟି ହେବାରୁ ଓ […]

Samaya Live Picture
Published On

ସମୟ ଲାଇଭ,୧୫/୨: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ କୋଣାର୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି | କୋଣାର୍କ ରୁ ଭୁବନେଶ୍ୱର ଓ ପୁରୀ ର ସମସ୍ତ ଯାତ୍ରୀ ବାହୀ ବସ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯେହେତୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ ଏହା ଉପରେ ନିର୍ଭର କରି ଅନେକ ପରିବାର ବାସ କରୁଛନ୍ତି। କୋଣାର୍କରେ କରୋନା ଭୟ ସୃଷ୍ଟି ହେବାରୁ ଓ ପର୍ଯ୍ୟଟକ ନସିବାରୁ ଚିନ୍ତାରେ ପଡିଛନ୍ତି ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ।କୋଣାର୍କ କୁ ପର୍ଯ୍ୟଟକ ନଆସିବାରୁ ହୋଟେଲ ଶିଳ୍ପ ଉପରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି।ଯେଉଁଥିପାଇଁ ହୋଟେଲ ମାଲିକ ଙ୍କ ମନରେ ଭୟ ଦେଖାଦେଇଛି।

Tags: