ଗଜାନନଙ୍କର ଵାହନ ହେଲା ‘ମୂଷା’ କେମିତି ଜାଣନ୍ତୁ

ଅଗ୍ରପୂଜ୍ୟ ଗଜାନନ ଙ୍କର ଜନ୍ମ ଉତ୍ସବ ଚଳିତ ବର୍ଷ ୩୧ ଅଗଷ୍ଟ ରେ ପଡୁଛି I ଭାଦ୍ରବ ମାସ ଶୁକ୍ଳପକ୍ଷ ର ଚତୁର୍ଥୀ କୁ ଗଣେଶ ଚତୁର୍ଥୀ ବୋଲି କୁହାଯାଏ Iଏହିଦିନ ଖୁବ ଧୁମ ଧାମ ରେ ପାଳନ କରାଯିବ ଗଣେଶ ପୂଜା I ଗଣେଶ ଚତୁର୍ଥୀ ଠାରୁ ପାର୍ବଣ ଋତୁ ଆରମ୍ଭ ହେବ I ଦେବତାମାନଙ୍କର ପୂଜା ସହିତ ଏହିଦିନ ମାନଙ୍କରେ ତାଙ୍କ ବହନ ମାନଙ୍କର ମଧ୍ୟ ପୂଜା କରାଯାଇଥାଏ I ପ୍ରତ୍ୟକ ହିନ୍ଦୁ ଦେବତାମାନଙ୍କର […]

Samaya Live Picture
Published On

ଅଗ୍ରପୂଜ୍ୟ ଗଜାନନ ଙ୍କର ଜନ୍ମ ଉତ୍ସବ ଚଳିତ ବର୍ଷ ୩୧ ଅଗଷ୍ଟ ରେ ପଡୁଛି I ଭାଦ୍ରବ ମାସ ଶୁକ୍ଳପକ୍ଷ ର ଚତୁର୍ଥୀ କୁ ଗଣେଶ ଚତୁର୍ଥୀ ବୋଲି କୁହାଯାଏ Iଏହିଦିନ ଖୁବ ଧୁମ ଧାମ ରେ ପାଳନ କରାଯିବ ଗଣେଶ ପୂଜା I ଗଣେଶ ଚତୁର୍ଥୀ ଠାରୁ ପାର୍ବଣ ଋତୁ ଆରମ୍ଭ ହେବ I ଦେବତାମାନଙ୍କର ପୂଜା ସହିତ ଏହିଦିନ ମାନଙ୍କରେ ତାଙ୍କ ବହନ ମାନଙ୍କର ମଧ୍ୟ ପୂଜା କରାଯାଇଥାଏ I ପ୍ରତ୍ୟକ ହିନ୍ଦୁ ଦେବତାମାନଙ୍କର ନିଜସ୍ୱ ବାହନ ରହିଛି I ବିଷ୍ଣୁଙ୍କ ର ବାହନ ହେଉଛି ଗରୁଡ, ମାତା ଲକ୍ଷ୍ମୀଙ୍କ ବାହନ ଧଳା ପେଚା, ମାତା ସରସ୍ୱତୀଙ୍କ ବାହନ ହଂସ , ଶିବଙ୍କ ବାହନ ବୃଷଭ ନନ୍ଦୀ , ସେହିଭଳି ମାତା ପାର୍ବତୀଙ୍କ ବାହନ ବାଘ । ସେହିଭଳି କାର୍ତ୍ତିକେୟ ଙ୍କ ବାହନ ମୟୁର ହୋଇଥିବାବେଳେ ସଁ ଭାଇ ଗଣେଶ ଙ୍କର ବାହନ ‘ମୂଷା’ ଅଟେ I

ସମସ୍ତ ଦେବତାଙ୍କ ବାହନର ନିଜସ୍ୱ ଗୁଣ ଅଛି I ସିଂହର ଅର୍ଥ ହେଉଛି ଦ୍ରୁତ ଗତି ,ବୃଷଭ ର ଅର୍ଥ ହେଉଛି ପ୍ରଭୁଙ୍କ ପ୍ରତି ସମର୍ପିତ ମନୋଭାବ I ସେହିଭଳି ଆପଣ ଜାଣନ୍ତି କି ଭଗବାନ ଗଣେଶ କାହିଁକି ମୂଷାକୁ ତାଙ୍କ ବାହନ କାହିଁକି କଲେ ? ଏହା ପଛରେ ଏକ ଗୁଢ ରହସ୍ୟ ଲୁଚି ରହିଛି। ଆସନ୍ତୁ ଏହାର ରହସ୍ୟ ଜାଣିବା :

ପ୍ରଥମ କାହାଣୀ
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଥରେ ଭଗବାନ ଗଣେଶ ଗଜମୁଖାସୁର ନାମକ ଏକ ଅସୁର ସହିତ ଯୁଦ୍ଧ କରିଥିଲେ। ଗଜମୁଖାସୁରଙ୍କୁ କୌଣସି ଅସ୍ତ୍ରରେ ହତ୍ୟା କରାଯାଇପାରିବ ନାହିଁ ବୋଲି ସେ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଏହି ଆଶୀର୍ବାଦ ଯୋଗୁଁ ଗଜମୁଖIସୁର ଉପରେ ଗଣେଶ ଙ୍କ ଅସ୍ତ୍ର ର ପ୍ରହାର କୌଣସି କାମ କରୁ ନ ଥିଲା I ଶେଷରେ ଭଗବାନ ଗଣେଶ ନିଜର ଗୋଟିଏ ଦାନ୍ତ ସାହାଯ୍ୟରେ ଗଜମୁଖାସୁରଙ୍କୁ ଆକ୍ରମଣ କରିଥିଲେ ।

ଏଥିରେ ଭୟଭୀତ ହୋଇ ଗଜମୁଖାସୁର ଏକ ମୂଷା ଧାରଣ କରି ସେଠାରୁ ଖସି ପଳାଇଲେ । ସେ ମୂଷା ରୂପରେ ଦୌଡ଼ି ଚାଲି ଯାଉଥିବା ସମୟରେ ଗଣେଶ ଜୀ ତାଙ୍କୁ ଫାସ ରେ ବାନ୍ଧି ରଖିଲେ। ଏହା ଉପରେ ଗଜମୁଖାସୁର ଗଣେଶଙ୍କ ପାଦ ତଳେ ପଡି କ୍ଷମା ମାଗିଲେ। ସେହିଠାରୁ ଗଣେଶ ତାଙ୍କୁ ନିଜ ବାହନ କରି କରି ଏକ ନୂତନ ଜୀବନ ଦେଇଥିଲେ ।

ଗଜାନନଙ୍କର ଵାହନ ହେଲା 'ମୂଷା' କେମିତି ଜାଣନ୍ତୁ

ଦ୍ଵିତୀୟ କାହାଣୀ
ଦ୍ୱପର ଯୁଗରେ,ଏକ ମହା ଶକ୍ତିଶାଳୀ ମୂଷା ମହର୍ଷି ପରଶରଙ୍କ ଆଶ୍ରମ ରେ ପଶି ଅନେକ ସ୍ଥାନ ରେ ଗାତ ଖୋଲି ପକାଉଥିଲା I ଏହା ସହିତ ରୁଷି ମାନଙ୍କ ପୋଷାକ ପତ୍ର ଏବଂ ଧର୍ମ ଗ୍ରନ୍ଥଗୁଡ଼ିକ ମଧ୍ୟକାଟି କୁଟୀ ପକାଉଥିଲା I ଏଥିରେ ଅତିଷ୍ଠ ହୋଇ ମହର୍ଷି ପରାଶର ଗଣେଶ ଜୀ ଙ୍କର ସାହାଯ୍ୟ ଲୋଡିଲେ । ଏହା ପରେ ଗଣେଶ ଯେତେବେଳେ ମୁଷାକୁ ଆୟତ୍ତ କରିବାକୁ ପହଁଚିଲେ ସେ ଦେଖିଲେ ଏହା ଅତ୍ୟନ୍ତ ବଳଶାଳୀ । ଗଣେଶ ଏକ ଫାସ ସାହାଯ୍ୟରେ ତାକୁ ଧରିବାକୁ ଚେଷ୍ଟ କଲେ I ଫାସ ଟି ଏକ ଗତ ଭିତରେ ଯାଇ ପଡିଲା ତେଣୁ ମୂଷା ଫାସ କାଟିବାକୁ ଯାଇ ଗତ ଭିତରେ ପଶିଲା ସେହି ସମୟରେ ଫାସ ମୂଷାଟିକୁ ଗୁଡ଼ାଇ ଗଣେଶ ଙ୍କ ସାମ୍ନାରେ ପହଁଚିଲା I ମୂଷାଟି ଅତ୍ୟନ୍ତ ଭୟଭୀତ ହୋଇ ଗଣେଶ ଜୀ ଙ୍କୁ ଚାହିଁଥାଏ ଇ ସେହି ସମୟରେ ଗଣେଶ ମୂଷା କୁ କହିଲେ ଏବେ ତୁ ମୋ ଶରଣ ରେ ଅଛୁ ,ଯାହା ବରଦାନ ମାଗୁଛୁ ମାଗି ପାରୁ I ମୂଷାଟି ଭୟଭୀତ ହୋଇ କହିଲା ମୋର ଆପଣଙ୍କ ଠାରୁ କିଛି ଦରକାର ନାହିଁ ବରଂ ଆପଣ ମୋ ଠାରୁ କିଛି ମାଗି ପାରନ୍ତି ସେହିଠାରୁ ଗଣେଶ ଜୀ କହିଲେ ଆଜି ଠାରୁ ତୁ ମୋର ଵାହନ ହୋଇ ରହ I ସେହି ଦିନ ଠାରୁ ମୂଷା ଗଣେଶ ଙ୍କର ବାହନ ରୂପେ ରହି ଆସିଛି I