ଜାଣନ୍ତୁ ଗଜାନନଙ୍କର ୧୧ ଟି ରୋଚକ କଥା
ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଠାରୁ ସମସ୍ତ ପର୍ବ ଆରମ୍ଭ ହୁଏ ଇ ଭଗବାନ ଗଣେଶ ଙ୍କୁ ଅଗ୍ର ପୂଜ୍ୟ ଭାବରେ ବିବେଚନା କରାଯାଏ I ଯେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ପ୍ରଥମେ ଗଣପତି ଙ୍କୁ ଆବାହନ ହୋଇଥାଏ I ଭାରତ ରେ ପ୍ରତିବର୍ଷ ଗଣେଶ ପୂଜା କୁ ମହା ଆଡମ୍ବରରେ ପାଳନ କରାଯାଇଥାଏ I ମହାରାଷ୍ଟ୍ରରେ ୧୦ ଦିନ ଯାଏ ମହା ଆଡମ୍ବର ରେ ଗଣେଶ ଉତ୍ସବ ପାଳନ କରାଯାଇ ୧୧ ଦିନ […]
ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଠାରୁ ସମସ୍ତ ପର୍ବ ଆରମ୍ଭ ହୁଏ ଇ ଭଗବାନ ଗଣେଶ ଙ୍କୁ ଅଗ୍ର ପୂଜ୍ୟ ଭାବରେ ବିବେଚନା କରାଯାଏ I ଯେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ପ୍ରଥମେ ଗଣପତି ଙ୍କୁ ଆବାହନ ହୋଇଥାଏ I ଭାରତ ରେ ପ୍ରତିବର୍ଷ ଗଣେଶ ପୂଜା କୁ ମହା ଆଡମ୍ବରରେ ପାଳନ କରାଯାଇଥାଏ I ମହାରାଷ୍ଟ୍ରରେ ୧୦ ଦିନ ଯାଏ ମହା ଆଡମ୍ବର ରେ ଗଣେଶ ଉତ୍ସବ ପାଳନ କରାଯାଇ ୧୧ ଦିନ ରେ ବିସର୍ଜନ କରାଯାଏ I ଚଳିତ ବର୍ଷ ଗଣେଶ ଚତୁର୍ଥୀ ପର୍ବ ୩୧ ଅଗଷ୍ଟ ୨୦୨୨ ରେ ପାଳନ କରାଯିବ I ଭଗବାନ ଗଣେଶ ଙ୍କୁ ସମସ୍ତ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି । ଆସନ୍ତୁ ଜାଣିବା ଶ୍ରୀ ଗଣେଶଙ୍କ ସହ ଜଡିତ ୧୧ ଟି ରୋଚକ ଓ ମହତ୍ତ୍ୱପୂର୍ଣ୍ଣ କଥା :

ଏହି ବର୍ଷ ଗଣେଶ ଚତୁର୍ଥୀ ୩୧ ଅଗଷ୍ଟ ବୁଧୁବାର ଦିନ ପଡୁଛି I
-ଭଗବାନ ଗଣେଶଙ୍କର ଦୁଇ ଜଣ ପତ୍ନୀ ଅଛନ୍ତି । ପ୍ରଥମ ପତ୍ନୀଙ୍କ ନାମ ରିଦ୍ଧି ଏବଂ ଦ୍ୱିତୀୟ ପତ୍ନୀଙ୍କ ନାମ ସିଦ୍ଧି । ଦୁଇ ପତ୍ନୀ ହେଉଛନ୍ତି ଭଗବାନ ବିଶ୍ୱକର୍ମାଙ୍କ ଝିଅ I
-ଶୁଭ ଏବଂ ଲାଭ ହେଉଛନ୍ତି ଗଣେଶଙ୍କର ଦୁଇ ସନ୍ତାନ I ଶୁଭ ପ୍ରଥମ ପତ୍ନୀ ରିଦ୍ଧିଙ୍କଠାରୁ ଏବଂ ଦ୍ୱିତୀୟ ପତ୍ନୀ ସିଦ୍ଧୀଙ୍କଠାରୁ ଲାଭ ଙ୍କର ଜନ୍ମ ହୋଇଛି I
-ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ଗଣେଶଙ୍କର ପ୍ରଥମ ନାମ ହେଉଛି ବିନୟକ I
-ଭଗବାନ ଗଣେଶ ମୋଟ ୬୪ ଟି ଅବତାର ଗ୍ରହଣ କରିଛନ୍ତି । ଏହି ଅବତାର ମଧ୍ୟରୁ ୧୨ ଟି ଅବତାର ପ୍ରମୁଖ ବୋଲି ବିବେଚନା କରାଯାଏ I
-ଭଗବାନ ଗଣେଶଙ୍କର ତିନି ଭଉଣୀ ଅଛନ୍ତି । ଏହି ଭଉଣୀମାନଙ୍କ ନାମ ଅଶୋକ ସୁନ୍ଦରୀ , ମନସା ଦେବୀ ଏବଂ ଜ୍ୟୋତି, ସେମାନଙ୍କୁ ଜ୍ଵାଲା ଦେବୀ ମଧ୍ୟ କୁହାଯାଏ I
-କାର୍ତ୍ତିକେୟଙ୍କ ବ୍ୟତୀତ ଭଗବାନ ଗଣେଶଙ୍କର ୬ ଭାଇ ଅଛନ୍ତି। ସେମାନଙ୍କର ନାମ ନିମ୍ନଲିଖିତ: ସୁକେଶ, ଜଳନ୍ଧର, ଆୟାପ୍ପା, ଭୁମା, ଅ ନ୍ଧକ ଏବଂ ଖୁଜା I
-ହନୁମାନ ଜୀ ଙ୍କ ଭଳି ଅଗ୍ରପୂଜ୍ୟ ଗଜାନନ ଙ୍କୁ ମଧ୍ୟ ସମସ୍ତ ଦେବତାଙ୍କର ଶକ୍ତି ପ୍ରାପ୍ତ ହୋଇଛି I
-ଭଗବାନ ଗଣେଶ ହେଉଛନ୍ତି ଏକମାତ୍ର ଦେବତା ଯାହାଙ୍କୁ ପୂଜାରେ ଦୁବ ଅର୍ପଣ କରାଯାଇଥାଏ । ଭଗବାନ ଗଣେଶ ଙ୍କୁ ଦୂବଘାସ ଅର୍ପଣ କଲେ ସେ ଭକ୍ତ ଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି I
-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ବ୍ୟକ୍ତି ଙ୍କ ଉପରେ କେତୁଙ୍କର ପ୍ରଭାବ ଅଧିକ ଥେ ତେବେ ସେ ଭଗବାନ ଗଣେଶ ଙ୍କର ଆରାଧନା କରିବା ଉଚିତ I ଏହା ଦ୍ୱାରା କେତୁଙ୍କର ପ୍ରଭାବ ହ୍ରାସ ପାଇଥାଏ I
-ପୁରାଣ ଅନୁଯାୟୀ ଭଗବାନ ଗଣେଶଙ୍କର ଆମୋଦ ଏବଂ ପ୍ରମୋଦ ନାମକ ଦୁଇ ନାତି ଅଛନ୍ତି।
ପ୍ରଭୁ ଗଣେଶଙ୍କର ଲେଖା କ୍ଷେତ୍ରରେ ଏକ ବିଶେଷ ଦକ୍ଷତା ଅଛି I ଯେତେବେଳେ ମହର୍ଷି ବେଦବ୍ୟାସ ମହାଭାରତ ଲେଖୁଥିଲେ, ସେତେବେଳେ ସେ ଏପରି ଏକ ଲେଖଙ୍କ ଅନୁସନ୍ଧାନ ରେ ଥିଲେ ଯିଏ କି ବିନା ଅଟକି ବେଦବ୍ୟାସ ଙ୍କ ମୁଖ ନିସୃତ ମହାଭାରତ ଲେଖି ପାରିବ I ସେହି ସମୟରେ ବେଦବ୍ୟାସ ଜୀ ଗଣେଶ ଜୀ ଙ୍କ ସନ୍ଧାନ ପାଇଥିଲେ I ମହାଭାରତ ଲେଖିବା ସମୟରେ ଗଣେଶ ଜୀ ନିଜ ହାତୀ ଦାନ୍ତ ଭାଙ୍ଗି ଲେଖିବା ଆରମ୍ଭ କରିଥିଲେ I
ବୁଧୁବାର ଦିନଟି ଗଣେଶ ଙ୍କର ଦିନ I ଏହି ବର୍ଷ ବୁଧୁବାର ଦିନ ହିଁ ଗଣେଶ ପୂଜା ପଡୁ ଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଭାରି ରହିଛି I





