ମେଡିକାଲ କଲେଜ ଦାବିରେ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ନିଆରା ପ୍ରତିବାଦ
ଜଗତସିଂପୁର:ଦାବି ପୁରଣ ପାଇଁ ନିଆରା ଢଙ୍ଗରେ ପ୍ରତିବାଦ I ମେଡିକାଲ କଲେଜ ଦାବିରେ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ପ୍ରତିବାଦ ଜଣାଇଲେ ଜଗତସିଂପୁର ସ୍ୱାସ୍ଥ୍ୟସୁରକ୍ଷା ସଂଗଠନ ସଙ୍ଘ I ଏଥିରେ ଜଗତସିଂପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ଆଇନଜୀବୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ । ଗଣତନ୍ତ୍ର ଛକରୁ ଜିଲ୍ଲାପାଳ ଅଫିସ ଯାଏ ପ୍ରତିବାଦ କରି ଯାଇଥିଲେ । ଦଶ ମାସ ହେଲା ମେଡିକାଲ କଲେଜ ଦାବିରେ ପ୍ରତିବାଦ କରୁଛି ସଂଗଠନ । ହେଲେ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ […]
ଜଗତସିଂପୁର:ଦାବି ପୁରଣ ପାଇଁ ନିଆରା ଢଙ୍ଗରେ ପ୍ରତିବାଦ I ମେଡିକାଲ କଲେଜ ଦାବିରେ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ପ୍ରତିବାଦ ଜଣାଇଲେ ଜଗତସିଂପୁର ସ୍ୱାସ୍ଥ୍ୟସୁରକ୍ଷା ସଂଗଠନ ସଙ୍ଘ I ଏଥିରେ ଜଗତସିଂପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ଆଇନଜୀବୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ । ଗଣତନ୍ତ୍ର ଛକରୁ ଜିଲ୍ଲାପାଳ ଅଫିସ ଯାଏ ପ୍ରତିବାଦ କରି ଯାଇଥିଲେ । ଦଶ ମାସ ହେଲା ମେଡିକାଲ କଲେଜ ଦାବିରେ ପ୍ରତିବାଦ କରୁଛି ସଂଗଠନ । ହେଲେ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ମେଡିକାଲ ହେଲେ ଲୋକେ ସମସ୍ତ ସ୍ୱାସ୍ଥ୍ୟଜନିତ ସୁବିଧା ପାଇପାରିବେ ବୋଲି ଆଣ୍ଠେଇ,ମୁଣ୍ଡିଆ ମାରି ଜିଲ୍ଲାର ସ୍ୱାର୍ଥ ପାଇଁ ଗୁହାରିଆ ଯାତ୍ରା ଆରମ୍ଭ କରିଛି ସ୍ୱାସ୍ଥ୍ୟ ସୁରକ୍ଷା ସଙ୍ଗଠନ ।




