ବେକରେ ଗୁଡ଼ିସୁତା ଲାଗି ୭ ବର୍ଷର ବାଳକ ଗୁରୁତର
ବାଲେଶ୍ୱର : ପୁଣି ଗୁଡ଼ି ସୁତା ହେଲା କାଳ I ଜଣେ ୭ ବର୍ଷ ବାଳକର ବେକରେ ଗୁଡ଼ି ସୁତା ଲାଗିଯିବାରୁ ପିଲାଟି ଗୁରୁତର ହୋଇପଡିଛି I ଘଟଣ ଘଟିଛି ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକରେ I ପିଲାଟି ବାପାଙ୍କ ସହିତ ବାଇକ୍ରେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ପିଲାଟିକୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାନୁସାରେ, ବୁଧବାର ଅପରାହ୍ନ […]
ବାଲେଶ୍ୱର : ପୁଣି ଗୁଡ଼ି ସୁତା ହେଲା କାଳ I ଜଣେ ୭ ବର୍ଷ ବାଳକର ବେକରେ ଗୁଡ଼ି ସୁତା ଲାଗିଯିବାରୁ ପିଲାଟି ଗୁରୁତର ହୋଇପଡିଛି I ଘଟଣ ଘଟିଛି ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକରେ I ପିଲାଟି ବାପାଙ୍କ ସହିତ ବାଇକ୍ରେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ପିଲାଟିକୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ବୁଧବାର ଅପରାହ୍ନ ୩ଟା ୩୦ ମିନିଟ୍ରେ ପିଲାଟି ବାପା ଶଶିକାନ୍ତ ମହଲାଙ୍କ ସହ ପୀଉସା ଘର ମଲ୍ଲିକାଶପୁର ନିଜ ଗାଁ ଦୁମୁଦାକୁ ଫେରୁଥିଲେ। ତେବେ ପିଲାଟି ବାଇକ ଆଗରେ ବସିଥିବା ବେଳେ ଗୁଡ଼ି ସୂତା ଆସି ଲାଗିଯାଇଥିଲା। ଫଳରେ ଶିଶୁଟି ଗୁରୁତର ହୋଇପଡିଥିଲା। ଶିଶୁଟିର ଅବସ୍ଥା ଉଦ୍ବେଗଜନକ ଥିବା ଜଣାପଡିଛି। ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସତ୍ତ୍ୱେ ଏହି ସୂତା ବଜାରରେ ଖୁଲମ୍ଖୁଲା ବିକ୍ରୀ ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ନଜର ନାହିଁ ।




