ପଥରରେ ଛେଚି ସ୍ତ୍ରୀ କୁ ହତ୍ୟା
ମୟୁରଭଞ୍ଜ : ନିଶାସକ୍ତ ଅବସ୍ଥାରେ ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଲିଯୋଡା ଗ୍ରାମରେ । ମୃତ ମହିଳା ହେଲେ କୁନିମଣି ସିଂ । ଅଭିଯୁକ୍ତ ସ୍ୱାମୀ ହେଲେ ଶୁକଦେବ ସିଂ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ହତ୍ୟାକାଣ୍ଡର ଖବର ପାଇ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରରଖିବା ସହ ଘଟଣାର […]
ମୟୁରଭଞ୍ଜ : ନିଶାସକ୍ତ ଅବସ୍ଥାରେ ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଲିଯୋଡା ଗ୍ରାମରେ । ମୃତ ମହିଳା ହେଲେ କୁନିମଣି ସିଂ । ଅଭିଯୁକ୍ତ ସ୍ୱାମୀ ହେଲେ ଶୁକଦେବ ସିଂ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ହତ୍ୟାକାଣ୍ଡର ଖବର ପାଇ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାନୁସାରେ,ବାଲିଯୋଡା ଗ୍ରାମର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳର କୁନିମଣି ସିଂ(୪୫)ଙ୍କୁ ବିବାହ କରିଥିଲେ। ତେବେ ନିଶାଖାଇ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ । ସେହିଭଳି ଗତକାଲି ଶୁକଦେବ ଓ କୁନିମଣି ବଜାରକୁ ଯାଇ ଫେରିବା ବାଟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଶୁକଦେବ ଉତ୍କ୍ଷିପ୍ତ ହୋଇ ପଥର ଆଣି କୁନିମଣିଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣାସ୍ଥଳରେ କୁନିମଣିଙ୍କର ମୃତ୍ୟୁ ଘଟିଥିଲା। ଅପରାହ୍ନରେ ଏ ଘଟଣା ଗ୍ରାମଲୋକେ ଜାଣିବା ପରେ ଭୟରେ ଶୁକଦେବ ଘରୁ ଫେରାର ହୋଇ ଯାଇଥିଲା। ପୁଲିସ ଖବର ପାଇ ଗତକାଲି ସନ୍ଧ୍ୟାରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶୁକଦେବଙ୍କୁ ଅଟକ ରଖିଛି ।




