ଯୌତୁକ ପାଇଁ ନବ ବଧୂକୁ ବିଷ ଦେଇ ହତ୍ୟା
ବିନିକା : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ I କାନ୍ଥରୁ ବାହା ଚିତା ଲିଭି ନଥିବାବେଳେ ବିଷ ପିଆଇ ନବ ବଧୂକୁ ହତ୍ୟା କରିଛନ୍ତି ଶାଶୂଘର ଲୋକେ । ଏଭିଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରୁ । ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ । ତାଙ୍କୁ ଯୌତୁକ ପାଇଁ ପାଇ ହତ୍ୟା କରାଯାଇଥିବା ନେଇ ଅଞ୍ଜଳିଙ୍କ ବାପ ଘର ଲୋକେ ଅଭିଯୋଗ ଆଣିଛନ୍ତି । […]
ବିନିକା : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ I କାନ୍ଥରୁ ବାହା ଚିତା ଲିଭି ନଥିବାବେଳେ ବିଷ ପିଆଇ ନବ ବଧୂକୁ ହତ୍ୟା କରିଛନ୍ତି ଶାଶୂଘର ଲୋକେ । ଏଭିଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରୁ । ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ । ତାଙ୍କୁ ଯୌତୁକ ପାଇଁ ପାଇ ହତ୍ୟା କରାଯାଇଥିବା ନେଇ ଅଞ୍ଜଳିଙ୍କ ବାପ ଘର ଲୋକେ ଅଭିଯୋଗ ଆଣିଛନ୍ତି ।
ସୂଚନାନୁସାରେ,ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗାଁର ଅଞ୍ଜଳି ମହାକୁଡ଼ ୬ ମାସ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁର ନରେନ୍ଦ୍ର ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ମାତ୍ର ବିବାହର କିଛି ଦିନ ପରେ ଅଞ୍ଜଳିଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯ୍ୟାତନା । ବାପ ଘରୁ ୨ ଲକ୍ଷ ଟଙ୍କା ସହ ସୁନା ଆଣିବାକୁ ଅଞ୍ଜଳୀଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ ଶାଶୁଘର ଲୋକ । ଧିରେ ଧିରେ ନିର୍ଯ୍ୟାତନା ବଢ଼ିବାକୁ ଲାଗିଥିଲା ।
ତେବେ ଗତକାଲି ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନେଇ ପରିବାର ଲୋକ ଜାଣିବାକୁ ପାଇଥିଲେ । ଅଞ୍ଜଳିଙ୍କୁ ବିଷ ପିଆଇ ଦେଇଥିଲେ ଏବଂ ପରେ ତାଙ୍କୁ ପ୍ରଥମେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏ ନେଇ ଅଞ୍ଜଳୀଙ୍କ ପରିବାର ଲୋକ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ଆରମ୍ଭ କରିଛି ।




