ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଧରାପଡିଲା ଅପହରଣକାରୀ

ଯାଜପୁର : ଯୁବତୀ ଅପହରଣ ଉଦ୍ୟମ ପଣ୍ଡ । ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଯୁବକ ଅଟକ । ଘଟଣା ଘଟିଛି ଯାଜପୁର ଧର୍ମଶାଳା ଥାନା କଣ୍ଟାମାଳିଆ-ଥାନୁଆଳ ନିକଟରେ । ୨ ଯୁବତୀ ଜାରକା ଅଞ୍ଚଳରେ ଏକ ସୁନା ଦୋକାନରେ କାମ କରନ୍ତି। ଗତକାଲି ରାତିରେ ୨ ଯୁବତୀ ଦୋକାନରୁ କାମ ସାରି ଘରକୁ ଫେରୁଥିବା ସମୟରେ କଣ୍ଟାମାଳିଆ ଓ ଥାନୁଆଳ ମଝି ରାସ୍ତାରେ ଜଣେ ଯୁବକ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କୁ ଅଟକାଇ ଥିଲେ। […]

ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଧରାପଡିଲା ଅପହରଣକାରୀ
Samaya Live Picture
Published On

ଯାଜପୁର : ଯୁବତୀ ଅପହରଣ ଉଦ୍ୟମ ପଣ୍ଡ । ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଯୁବକ ଅଟକ । ଘଟଣା ଘଟିଛି ଯାଜପୁର ଧର୍ମଶାଳା ଥାନା କଣ୍ଟାମାଳିଆ-ଥାନୁଆଳ ନିକଟରେ । ୨ ଯୁବତୀ ଜାରକା ଅଞ୍ଚଳରେ ଏକ ସୁନା ଦୋକାନରେ କାମ କରନ୍ତି। ଗତକାଲି ରାତିରେ ୨ ଯୁବତୀ ଦୋକାନରୁ କାମ ସାରି ଘରକୁ ଫେରୁଥିବା ସମୟରେ କଣ୍ଟାମାଳିଆ ଓ ଥାନୁଆଳ ମଝି ରାସ୍ତାରେ ଜଣେ ଯୁବକ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କୁ ଅଟକାଇ ଥିଲେ। ଏହି ସମୟରେ ପଛରେ ଏକ ଧଳା ରଙ୍ଗର କାର ଆସି ଯୁବତୀଙ୍କୁ ଭିତରକୁ ଟେକି ନେଇଥିଲେ। ଯୁବତୀ ଜଣକ ପାଟି କରିବା ଫଳରେ ରାସ୍ତାରେ ଯାଉଥିବା ଜଣେ ଯୁବକ ତାଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ। ପରେ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଯୁବତୀ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ବାଇକରେ ଥିବା ଯୁବକଙ୍କ ଚାବି ରଖିଦେବାରୁ ସେ ଆଉ ଯାଇପାରିନଥିଲେ। ଧର୍ମଶାଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଥାନାରେ ଅଚକ ରଖି ପଚରାଉଚରା କରୁଛି । ତେବେ ଅପହରଣକାରୀ ମାନେ କିଏ, ଯୁବତୀଙ୍କୁ ଅପହରଣ କରିବା ପଛରେ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ଜଣାପଡ଼ିନି ।

Tags: