ଆଜି ମହାପ୍ରଭୁଙ୍କର ଖସାପଡା ଲାଗି ନୀତି
ପୁରୀ : ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦିଆଯାଇଛି ସୂଚନା ଦିଆଯାଇଛି। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ । ସେପଟେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ […]
ପୁରୀ : ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦିଆଯାଇଛି ସୂଚନା ଦିଆଯାଇଛି। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ ।
ସେପଟେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିବ। କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ ସୁଯୋଗ ପାଇପାରିବେ। ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖି ଧାଡ଼ିରେ ପ୍ରବେଶ କରିବେ। ମହାମାରୀ କୋଭିଡ ପରଠାରୁ ଦ୍ୱାର ଖୋଲା ଯାଇନଥିଲା ।




