ଆଜିଠାରୁ ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା
ଭୁବନେଶ୍ୱର : ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା I ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି I ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ସାଧୁସନ୍ଥମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଯଜ୍ଞ ଲାଗି କୁଣ୍ଡ ମଧ୍ୟ ପ୍ରସ୍ତୁତ ସରିଲାଣି। ଆଜି […]
ଭୁବନେଶ୍ୱର : ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା I ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି I ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ସାଧୁସନ୍ଥମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଯଜ୍ଞ ଲାଗି କୁଣ୍ଡ ମଧ୍ୟ ପ୍ରସ୍ତୁତ ସରିଲାଣି। ଆଜି ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ସାଧୁସନ୍ଥମାନେ ଗୁରୁବାରଠାରୁ ଅର୍କକ୍ଷେତ୍ର ଅଭିମୁଖେ ଯାତ୍ରା କରିଛନ୍ତି।
ଶୁକ୍ରବାର ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ବୁଡ଼ପକାଇ କୁମ୍ଭରେ ଜଳ ଆଣିବେ। ଏଠାକୁ ଆସି‘ଖଣ୍ଡଖିରି’ଖାଇସାରି କୁମ୍ଭମେଳା ପାଇଁ ଧୁନି ସ୍ଥାପନ କରିବେ I ଏହାପରେ ଯଜ୍ଞ ସହିତ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା। ମହାମେଘବାହାନ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଖଣ୍ଡଗିରିକୁ ଆସି ସାଧନା କରୁଛନ୍ତି।
ଠାକୁର ଅନନ୍ତ କେଶରୀ ଦେବ ଶୁକ୍ରବାର ସନ୍ଧ୍ୟାରେ ଜଗମରା ନାଗା ମଠରୁ ସୁସଜ୍ଜିତ ବିମାନରେ ବାହାରିବେ I ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିସ୍ଥିତ ରାଣୀ ହଂସପୁରରେ ବିଜେ ହେବା ସହ ମାଘ ସ୍ନାନ କରିବେ I ପୁଣି ରାତିରେ ନାଗା ମଠକୁ ଫେରି ଆସିବେ I ଦୂର ଦୂରାନ୍ତରୁ ଆସିଥିବା ସାଧୁସନ୍ଥ ମାନେ ଖଣ୍ଡଗିରି ସ୍ଥିତ ଆକାଶ ଗଙ୍ଗା,ପତିତ ପାବନ ଗୁପ୍ତଗଙ୍ଗା ଏବଂ ରଧାକୁଣ୍ଡର ପବିତ୍ର ଜଳରେ ସ୍ନାନ କରି ଏଠାରେ ଭଜନ କୀର୍ତ୍ତନ ଆରମ୍ଭ କରିବେ I
ସାରା ଦେଶରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରିରେ ଭିଡ଼ ଜମାଇଲେଣି। ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତା ଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ ସହିତ ୯ଦିନ ଧରି ଯଜ୍ଞ କରିବେ। ଉତ୍ତର ଭାରତର ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।




