ଖଲ୍ଲିକୋଟ ହିଂସାକାଣ୍ଡ ପୋଲିସ ଗାଡିକୁ ଢେଲାମାଡ଼,୧୪୪ ଜାରି
ଗଞ୍ଜାମ : ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଗାଁ ଲୋକେ ଉତ୍ତେଜିତ ହୋଇ ପୋଲିସ ଗାଡିକୁ ଘେରାଉ କରିଛନ୍ତି । ଏହାସହିତ ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଆକ୍ରମଣ କରି ଭଙ୍ଗା ରୁଜା କରିଛନ୍ତି । ବୋତଲ ଏବଂ ଢେଲା ମାଡରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲାଠି ଚାର୍ଜ କରିଛି । ସୁରକ୍ଷା ଦୃଷ୍ଟିରୁ […]
ଗଞ୍ଜାମ : ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଗାଁ ଲୋକେ ଉତ୍ତେଜିତ ହୋଇ ପୋଲିସ ଗାଡିକୁ ଘେରାଉ କରିଛନ୍ତି । ଏହାସହିତ ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଆକ୍ରମଣ କରି ଭଙ୍ଗା ରୁଜା କରିଛନ୍ତି । ବୋତଲ ଏବଂ ଢେଲା ମାଡରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲାଠି ଚାର୍ଜ କରିଛି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ସୂଚନାନୁସାରେ,ବୁଧୁବାର ସନ୍ଧ୍ୟାରେ ପୋଷ୍ଟର ମାରିବାକୁ ନେଇ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁରରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା I ଏଥିରେ ୪ ଜଣ ଆହତ ହୋଇଥିଲେ I ତେବେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଜଣେ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ଆଜି ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ କରିଛନ୍ତି ଉତ୍ତ୍ୟକ୍ତ ଲୋକେ।




