ଆଜି ଖଳିଲାଗି ଏକାଦଶୀ,ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ

ପୁରୀ : ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ । ଅଣସର ଘରେ ଚାଲିଛି ଜ୍ବରରେ ଆକ୍ରାନ୍ତ ଦାରୁବିଗ୍ରହଙ୍କ ଗୁପ୍ତସେବା । ଦଇତାପତିମାନେ ଠାକୁରଙ୍କ ସେବା କରୁଛନ୍ତି । ଏହି ଅବସରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ନିମନ୍ତେ ଆଜି ଦଶମୂଳ ମୋଦକ ଲାଗି କରାଯିବ । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ସ୍ନାନପୂର୍ଣ୍ଣିମା ପରେ […]

Samaya Live Picture
Published On

ପୁରୀ : ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ । ଅଣସର ଘରେ ଚାଲିଛି ଜ୍ବରରେ ଆକ୍ରାନ୍ତ ଦାରୁବିଗ୍ରହଙ୍କ ଗୁପ୍ତସେବା । ଦଇତାପତିମାନେ ଠାକୁରଙ୍କ ସେବା କରୁଛନ୍ତି । ଏହି ଅବସରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ନିମନ୍ତେ ଆଜି ଦଶମୂଳ ମୋଦକ ଲାଗି କରାଯିବ । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ସ୍ନାନପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି,ଅଗବଥୁ, ଲବିଂ କୋଳି,ବେଲ,ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇ ଏହାକୁ ହେମଦସ୍ତରେ କୁଟି ଗୁଣ୍ଡ କରାଯାଏ । ଏହାପରେ ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଇ ଥାଏ । ନୂଆ କାଠଚୁଲିରେ କଡ଼େଇ ବସାଯାଇ ଖୁଆ, ସର୍କରା, ସର, ମହୁ, ଘିଅ ଓ ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ କଦଳୀପତ୍ର ଉପରେ ରଖି ଥଣ୍ଡା କରାଯାଏ। ଥଣ୍ଡା ହେଲା ପରେ ଗୋଲାକାର ମୋଦକ ପ୍ରସ୍ତୁତ ହୁଏ। ଏହାକୁ ସେବନ ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି। ତିନୋଟି କୁଡ଼ୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୂର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଇଥାଏ। ଏହି ସବୁ କାମ ଶୁଦ୍ଧପୁତ ଭାବେ ଏବଂ ମହାପ୍ରଭୁଙ୍କ ପ୍ରତି ନିଷ୍ଠା ରଖି କରାଯାଏ।

ସେପଟେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ବି ସରି ସରି ଆସୁଛି। ବିଶ୍ବକର୍ମା ମହାରଣାମାନେ ରଥ ସିଂହାସନ ଓ ପ୍ରଭା ନିର୍ମାଣରେ ଲାଗିଥିବାବେଳେ ଚିତ୍ରକାର ସେବକ ହଂସ ପଟା, ଶିଖର ଡମ୍ବରୁ, ଅଁଳା ସହ ପାର୍ଶ୍ବ ଦେବ ଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ ଓ ପଟା ଗୁଜରେ ରଙ୍ଗ କାର୍ଯ୍ୟ କରିଛନ୍ତି।

Tags: