କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ଏବଂ ଯୁବ ପୁରସ୍କାର ଘୋଷଣା
ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ଓ ଯୁବ ସାହିତ୍ୟ ପୁରସ୍କାର ଘୋଷଣା । ଦୁଇ ଜଣ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଏହି ପ୍ରତିଷ୍ଠିତ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଆ ଲେଖକ ସୁବ୍ରତ ସେନାପତି ଯୁବ ପୁରସ୍କାର ଓ ରାଜକିଶୋର ପାଢୀ ବାଲ ସାହିତ୍ୟ ପୁରସ୍କାର ରେ ସମ୍ମାନିତ ହେବେ । ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ମୁହୂର୍ତ୍ତ । ‘କଦମ୍ବ ବନ’ପାଇଁ ଯୁବ ଲେଖକ ସୁବ୍ରତ କୁମାର […]
ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ଓ ଯୁବ ସାହିତ୍ୟ ପୁରସ୍କାର ଘୋଷଣା । ଦୁଇ ଜଣ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଏହି ପ୍ରତିଷ୍ଠିତ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଆ ଲେଖକ ସୁବ୍ରତ ସେନାପତି ଯୁବ ପୁରସ୍କାର ଓ ରାଜକିଶୋର ପାଢୀ ବାଲ ସାହିତ୍ୟ ପୁରସ୍କାର ରେ ସମ୍ମାନିତ ହେବେ । ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ମୁହୂର୍ତ୍ତ ।
‘କଦମ୍ବ ବନ’ପାଇଁ ଯୁବ ଲେଖକ ସୁବ୍ରତ କୁମାର ସେନାପତି ଏବଂ ‘କେତେ ଫୁଲ ଫୁଟିଛି’ବହି ପାଇଁ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ପାଇବେ ୨୦୨୫ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ ପୁରସ୍କାର ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ କାର୍ଯ୍ୟନିର୍ବାହୀ ବୈଠକ ନିଷ୍ପତ୍ତି କ୍ରମେ ୨୦୨୫ ବର୍ଷ ପାଇଁ ଏକାଡେମୀ ଯୁବ ଏବଂ ବାଲ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ଘୋଷଣା ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଉଭୟ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା, ଉପଢୌକନ ଓ ସ୍ମାରକୀ ପ୍ରଦାନ କରାଯିବ । ଏହି ପୁରସ୍କାର ଘୋଷଣା ଓଡ଼ିଆ ସାହିତ୍ୟ ଜଗତରେ ଆନନ୍ଦର ସଞ୍ଚାର କରିଛି । ଏହା ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧିକୁ ଜାତୀୟ ସ୍ତରରେ ପୁନର୍ବାର ପ୍ରମାଣିତ କରିଛି ।




