ପାର୍ବଣ ଋତୁରେ ଉତ୍ପାତ ଆରମ୍ଭ କଲେ KBN ଗ୍ରୁପ

ଭୁବନେଶ୍ୱର : ପୁଣି ଥରେ ରାଜରାସ୍ତାରେ ଉତ୍ପାତ ଆରମ୍ଭ କଲେ KBN ଗ୍ରୁପ । ରାତି ଅଧରେ ରସୁଲଗଡ଼ ଓଭର ବ୍ରିଜ ଉପରେ କଲେ କାର ଷ୍ଟଣ୍ଟ । ପାର୍ବଣ ପୂର୍ବରୁ କମିଶନରେଟ୍‌ ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ଭାଇଗିରି ଦେଖାଇବାକୁ ଯାଇ ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ବେପରୁଆ ଗାଡି ଚାଳନା କରିଛନ୍ତି KBN ଗ୍ରୁପ ଦୁର୍ବୃତ୍ତ । ତେବେ ରାସ୍ତା ମଝିରେ ଯୁବକମାନେ ଲୋକଙ୍କ ମନରେ ଭୟ […]

Samaya Live Picture
Published On

ଭୁବନେଶ୍ୱର : ପୁଣି ଥରେ ରାଜରାସ୍ତାରେ ଉତ୍ପାତ ଆରମ୍ଭ କଲେ KBN ଗ୍ରୁପ । ରାତି ଅଧରେ ରସୁଲଗଡ଼ ଓଭର ବ୍ରିଜ ଉପରେ କଲେ କାର ଷ୍ଟଣ୍ଟ । ପାର୍ବଣ ପୂର୍ବରୁ କମିଶନରେଟ୍‌ ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ଭାଇଗିରି ଦେଖାଇବାକୁ ଯାଇ ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ବେପରୁଆ ଗାଡି ଚାଳନା କରିଛନ୍ତି KBN ଗ୍ରୁପ ଦୁର୍ବୃତ୍ତ । ତେବେ ରାସ୍ତା ମଝିରେ ଯୁବକମାନେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ସଠିକ୍‌ ସମୟରେ ମଞ୍ଚେଶ୍ୱର୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା । ବିଳମ୍ବିତ ରାତିରେ ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ରାସ୍ତା ଅବରୋଧ କରି ଚାଲିଥିଲା ଭିଡିଓ ସୁଟିଂ । ଏହି ଭିଡିଓରେ ସିଗାରେଟ୍‌ ଲଗାଇ ଗୁଣ୍ଡା ବନିବା ପାଇଁ ଚାଲିଥିଲା ସୁଟିଂ । ଆଉ ଏହି ସେହି ଭିଡିଓକୁ ସୋସିଆଲ୍‌ ମିଡିଆରେ କରାଯାଇଛି ଅପଲୋଡ । ୩୦ରୁ ଅଧିକ ଯୁବକ ଭିଡିଓ କରି ଭାଇରାଲ କରି ଦେଖାଇଛନ୍ତି ଭାଇ ଗିରି ।

Tags: