ମନ୍ଦିର ପରିସରରେ କାଉଡିଆଙ୍କ ମୃତ୍ୟୁ
ଦେବଗଡ଼ : ବଲବମ ଯାତ୍ରା ହେଲା ଜୀବନର ଶେଷ ଯାତ୍ରା I ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ଦେବ ଦେବ ମହାଦେବଙ୍କୁ ଜଳାଭିଷେକ ପାଇଁ ଶୈବ ପୀଠ ମାନଙ୍କରେ କାଉଡିଆ ମାନଙ୍କର ଭିଡ଼ ଲାଗି ରହିଛି I ଏହି ସମୟରେ ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ ଏକ ଅଭବନୀୟ ଘଟଣା ଘଟି ଯାଇଛି I ଗତକାଲି ମହାଦେବଙ୍କୁ ଜଳଲାଗି ପାଇଁ ଯାଇଥିବା ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି I ତାଙ୍କ ନାମ ବିଭୁତି […]
ଦେବଗଡ଼ : ବଲବମ ଯାତ୍ରା ହେଲା ଜୀବନର ଶେଷ ଯାତ୍ରା I ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ଦେବ ଦେବ ମହାଦେବଙ୍କୁ ଜଳାଭିଷେକ ପାଇଁ ଶୈବ ପୀଠ ମାନଙ୍କରେ କାଉଡିଆ ମାନଙ୍କର ଭିଡ଼ ଲାଗି ରହିଛି I ଏହି ସମୟରେ ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ ଏକ ଅଭବନୀୟ ଘଟଣା ଘଟି ଯାଇଛି I ଗତକାଲି ମହାଦେବଙ୍କୁ ଜଳଲାଗି ପାଇଁ ଯାଇଥିବା ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି I ତାଙ୍କ ନାମ ବିଭୁତି ବେହେରା (୫୦)। ଘର ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଅନ୍ତର୍ଗତ ଦେଓଝରଣ ଗାଁରେ ବୋଲି ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାନୁସାରେ,ବିଭୁତି ଢେଙ୍କାନାଳ ଜିଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିବା ବେଳେ ଗତକାଲି ସେ ୨ଟି ଗାଡିରେ ବାଲିମୀ ଥାନା ନୁଆଁ ଗ୍ରାମର ୫୦ ଜଣ(ଡ୍ରାଇଭର ୨ ଜଣଙ୍କୁ ମିଶାଇ)ଯୁବକ ମାନଙ୍କ ଜଳାଭିଷେକ ପାଇଁ ଦେବଗଡ ଝାଡେଶ୍ୱର ମନ୍ଦିରକୁ ଆସିଥିଲେ । ସଂଧ୍ୟାରେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ ।
ରାତ୍ରୀ ପ୍ରାୟ ୧୧ଟା ସମୟରେ ସେ ଖିଆପିଆ ସାରି ମନ୍ଦିର ମଣ୍ଡପରେ ଅନ୍ୟ ମାନଙ୍କ ସହ ଶୋଇଥିଲେ । ଆଜି ପ୍ରତ୍ୟୂଷ ପ୍ରାୟ ୩ ଟା ସମୟରେ ସାଥୀ ମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ଏହା ଦେଖି ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଡାକି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା I ମାତ୍ର ଡାକ୍ତର ବିଭୁତି ବେହେରାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଦେବଗଡ଼ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।




