ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଚଳଚଞ୍ଚଳ ଶ୍ରୀ କ୍ଷେତ୍ର, ମହୋଦଧିରେ ଡ଼ଙ୍ଗା ଭସାଇଲେ ଭକ୍ତ

ପୁରୀ:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ପୁରୀ।ଶ୍ରୀ କ୍ଷେତ୍ରରେ ଅଧି ରାତିରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ସମୁଦ୍ରକୂଳରେ ଅସମ୍ଭାଳ ଭିଡ ଥିଲା।ବୁଡ଼ ପକାଇ ଡ଼ଙ୍ଗା ଭସାଇ ଶ୍ରଦ୍ଧାଳୁ ମାନେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି। ଆ.. କା.. ମା.. ବୈ ସ୍ୱରରେ ଗୁଞ୍ଜରିତ ହୋଇ ଉଠିଥିଲା ପୁରୀ ସମୁଦ୍ର କୂଳ। ରାଜ୍ୟର ବିଭିନ୍ନ ଜଳାଶୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଶ୍ରୀ ମନ୍ଦିରରେ ଆଜି ପ୍ରବଳ ଭିଡ଼। ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ […]

Samaya Live Picture
Published On

ପୁରୀ:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ପୁରୀ।ଶ୍ରୀ କ୍ଷେତ୍ରରେ ଅଧି ରାତିରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ସମୁଦ୍ରକୂଳରେ ଅସମ୍ଭାଳ ଭିଡ ଥିଲା।ବୁଡ଼ ପକାଇ ଡ଼ଙ୍ଗା ଭସାଇ ଶ୍ରଦ୍ଧାଳୁ ମାନେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି। ଆ.. କା.. ମା.. ବୈ ସ୍ୱରରେ ଗୁଞ୍ଜରିତ ହୋଇ ଉଠିଥିଲା ପୁରୀ ସମୁଦ୍ର କୂଳ। ରାଜ୍ୟର ବିଭିନ୍ନ ଜଳାଶୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଶ୍ରୀ ମନ୍ଦିରରେ ଆଜି ପ୍ରବଳ ଭିଡ଼। ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ଵର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଏ ବେଶ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶ ହେବାର ପରମ୍ପରା ରହିଛି। ତେବେ କାର୍ତ୍ତିକ ମାସ ପୁର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ ଲାଗି ହୋଇଥାନ୍ତି ମହାପ୍ରଭୁ। ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଶୃଙ୍କଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।

Tags: